Latest Odisha News

ରତନ ଟାଟାଙ୍କ ସେହି ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ…

 

ମୁମ୍ବାଇ: ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ତଥା ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯାହା ସେ ଗତ ସୋମବାର ଦିନ କରିଥିଲେ, ଆସନ୍ତୁ ଜାଣିବା…

ଅଧିକ ପଢନ୍ତୁ- ରତନ ଟାଟା: ଏକ ଯୁଗର ଅବସାନ, ଯାହା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲେଖା ହେବ

ଅକ୍ଟୋବର ୭ରେ ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ନାଭାଲ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ଚର୍ଚ୍ଚା ହୋଇଥିଲା। ଯାହାକୁ ଖଣ୍ଡନ କରିଥିଲେ ରତନ ଟାଟା।

ଏଥିସହିତ ସେ କହିଥିଲେ ଯେ “ମୋର ଅସୁସ୍ଥତା ସମ୍ବନ୍ଧରେ ପ୍ରଚାରିତ ହେଉଥିବା ଗୁଜବ ବିଷୟରେ ମୁଁ ଅବଗତ ଅଛି। ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ଦାବିଗୁଡ଼ିକ ଭିତ୍ତିହୀନ। ମୋର ବୟସ ଏବଂ ତତଜନିତ ମେଡିକାଲ ଚେକଅପ୍ ପାଇଁ ହେତୁ ମୁଁ ବର୍ତ୍ତମାନ ଡାକ୍ତରୀ ଯାଞ୍ଚ କରୁଛି।”

“ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଜନସାଧାରଣ ଏବଂ ଗଣମାଧ୍ୟମ ଭୁଲ ତଥ୍ୟ ବିସ୍ତାରରୁ ନିବୃତ୍ତ ରହିବାକୁ ସେ ଅନୁରୋଧ କରିଥିଲେ”।

ଅଧିକ ପଢନ୍ତୁ- ପରଲୋକରେ ରତନ ଟାଟା, ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

 

Leave A Reply

Your email address will not be published.