Latest Odisha News

‘ଭଡାରେ ଲାଗିଥିବା ରାଜୀବ ଆବାସ ଯୋଜନା ଘର ଲାଇସେନ୍ସ ହେବ ବାତିଲ’

ଭୁବନେଶ୍ୱର: ଦୀର୍ଘ ଦିନ ଧରି ରାଜୀବ ଆବାସ ଯୋଜନରେ ନିଜ ଘର ଥିବା ସତ୍ତ୍ବେ ନିଜକୁ ଭୂମିହୀନ, ଗୃହହୀନ ଓ ଗରିବ କହିବା ପଡିଲା ମହଙ୍ଗା । ୨୫୦ ବେଆଇନ ହିତାଧିକାରୀଙ୍କୁ ଠାବ କରିଛି ବିଏମସିର ଏକାଧିକ ଟିମ୍ । ରାଜଧାନୀର ୮ଟି ସ୍ଥାନରେ ରେଡ୍ କରି ଏମାନଙ୍କୁ ଚିହ୍ନଟ କରିଛି ଏହି ଟିମ୍ ।

ତେଣୁ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଇ ତାଙ୍କ ଠାରୁ ଘର ଛଡାଇ ନିଆଯିବ ବୋଲି କହିଛନ୍ତି ବିଏମସି ମେୟର ସୁଲୋଚାନା ଦାସ ।

ଘଟଣା ବିଷୟରେ ସୂଚନା ଦେଇ ମେୟର ଶ୍ରୀମତି ଦାସ କହିଛନ୍ତି ଯେ, “ସୁଲଭ ଘରଗୁଡିକର ଆବଣ୍ଟନକାରୀଙ୍କ ଘର ଭଡା ନେଇ ଆମେ ଅଭିଯୋଗ ପାଇଥିଲୁ । ଖାଲି ସେତିକି ନୁହଁ ଏହା ମଧ୍ୟ ଅଭିଯୋଗ ଥିଲା ଯେ ଯେଉଁମାନଙ୍କର ନିଜର ଜମି କିମ୍ବା ଅନ୍ୟତ୍ର ଘର ଅଛି ସେମାନେ ଜାଲ୍ କାଗଜପତ୍ର ଦେଖାଇ ଏଭଳି ଘର ପାଇଛନ୍ତି ।

ବୁଧବାର ବିଏମସି ଅଧିକାରୀମାନେ କିଛି ଘର ଉପରେ ଚଢ଼ାଉ କରି ଘର ଭଡା ଦିଆଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେମାନଙ୍କୁ ନୋଟିସ ପଠାଯାଇଛି । ଯଦି ସେମାନେ ସନ୍ତୋଷଜନକ ଉତ୍ତର ନ ଦିଅନ୍ତି, ତେବେ ସେମାନଙ୍କ ଘର ଲାଇସେନ୍ସ ବାତିଲ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.