Latest Odisha News

BREAKING NEWS

ବର୍ଷା ଯୋଗୁଁ ବଢୁଛି ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର: ପାର୍ବଣ ଋତୁରେ ପନିପରିବା ଦର ବୃଦ୍ଧି ଓଡିଶାର ଗ୍ରାହକଙ୍କ ଚିନ୍ତା ବଢାଇଛି। ତେବେ ବୃଷ୍ଟିପାତ ଯୋଗୁ ପିଆଜ ଦର ହୁ ହୁ ବଢୁଥିବା ନେଇ କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେତୁ ପିଆଜର ମୂଲ୍ୟ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଫସଲକୁ କ୍ଷତି ପହଞ୍ଚାଇଛି, ଅମଳ ହ୍ରାସ କରିଛି ଏବଂ ଅନ୍ୟ ରାଜ୍ୟରୁ ପିଆଜ ଯୋଗାଣକୁ ପ୍ରଭାବିତ କରିଛି। ଏହାଦ୍ୱାରା ଓଡିଶାରେ ପନିପରିବା ଦର ବୃଦ୍ଧି ପାଇଛି।

ତେବେ ଆଉ କିଛି ଦିନର କଥା ଏବଂ ଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.