Latest Odisha News

BREAKING NEWS

କଟକ ଚାନ୍ଦିନୀଚୌକରେ ନିଆରା ପରମ୍ପରା, ଲାଗିହୁଏ ମାଛ ଭୋଗ

କଟକ: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରଠୁ ପୁରପଲ୍ଲୀ । ପୂଜା ମଣ୍ତପରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି ।କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ତ ଆଉ କେଉଁଠି ଆକର୍ଷଣର କେନ୍ଦ୍ର ପାଲଟିଛି ଆକର୍ଷଣୀୟ ତୋରଣ । କଟକ ସହରରେ ସୁନା ଚାନ୍ଦିରେ ଝଟକୁଛନ୍ତି ମା’ ଦଶଭୂଜା ।

ତେବେ କଟକ ଦଶହରାରେ ରଙ୍ଗ ବେରଙ୍ଗ ପୂଜା ମଣ୍ଡପ ଓ ତୋରଣକୁ ଛାଡ଼ିଲେ ମାଆଙ୍କ ପାଖରେ ମାଛ ଭୋଗ ମଧ୍ୟ ନିଆରା ପରମ୍ପରା ମଧ୍ୟରୁ ଅନ୍ୟତମ। ଯେଉଁଠି ଦଶହରା ଅବସରରେ ପିଠାପଣା, ଅନ୍ନ ବ୍ୟଞ୍ଜନ, ଭୋଗ, ଧୂପ, ନୈବେଦ୍ୟରେ ମାତାଙ୍କୁ ପୂଜା କରାଯାଇଥାଏ ସେଠି କିନ୍ତୁ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳେ କଟକ ଚାନ୍ଦିନୀଚୌକ ଏବଂ ଆଲିଶା ବଜାର ପୂଜା ମଣ୍ଡପରେ। ସେଠି ମା’ଙ୍କୁ ପ୍ରତିବର୍ଷ ଦଶହରାର ନବମୀ ପୂଜାରେ ମାଛ ଭୋଗ ଲାଗି କରାଯାଏ। କୁଇଣ୍ଟାଲ କୁଇଣ୍ଟାଲ ମାଛ ମା’ଙ୍କୁ ବଳି ଦିଆଯାଇଥିବା ବେଳେ, ପରେ ଏହି ମାଛ ପ୍ରସାଦକୁ ଭକ୍ତଙ୍କୁ ବଣ୍ଟନ କରାଯାଏ। ଗତକାଲି ନବମୀ ଥିବାରୁ ମା’ଙ୍କୁ ଭୋଗ ଲାଗି ପରେ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଛି ମାଛ ଭୋଗ।

ତେବେ ପାଖାପାଖି ୨୦୦ ବର୍ଷ ହେବ ଏଇ ପରମ୍ପରା ଚାଲି ଆସୁଛି। ଏଥିପାଇଁ ପୂଜା କମିଟି ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି।

 

Leave A Reply

Your email address will not be published.