Latest Odisha News

କଲମ୍ବସଙ୍କ ସହ ଜଡିତ ୫୦୦ ବର୍ଷ ତଳ ରହସ୍ୟର ହେଲା ଉଜାଗର

ନୂଆଦିଲ୍ଲୀ: ଆମେରିକା ଆବିଷ୍କାର କରିଥିବା କ୍ରିଷ୍ଟୋଫର କଲମ୍ବସଙ୍କ ସହ ଜଡିତ ୫୦୦ ବର୍ଷ ତଳ ରହସ୍ୟର ଉଜାଗର ହୋଇଛି । ସ୍ପେନର କ୍ୟାଥଡ୍ରେଲ ଅଫ ସୋବେଲରେ ୨୦୦୩ରେ ମିଳିଥିବା ମାନବ ଅବଶେଷ କଲମ୍ବସଙ୍କ ବୋଲି ପ୍ରମାଣିତ ହୋଇଛି । ସ୍ପେନର ଫରେନ୍ସିକ ସାଇଂଟିଷ୍ଟ ମିଗେଲ ଲରେଟ ଓ ଇତିହାସକାର ମାର୍ଶିଆଲ କେଷ୍ଟ୍ରା ଏକ ଟିଭି କାର୍ଯ୍ୟକ୍ରମରେ ଏହାର ଖୁଲାସା କରିଥିଲେ । ସେମାନେ କହିଛନ୍ତି ଯେ, କଲମ୍ବସ ପଶ୍ଚିମ ୟୁରୋପର ସେଫାର୍ଡିକ ୟୁହୁଦୀ । ଡିଏନଏ ଆନାଲିସ ପରେ ଏହି ତଥ୍ୟ ପ୍ରଦାନ କରାଯାଇଛି । କଲମ୍ବସଙ୍କ ମୃତ୍ୟୁ ୧୫୦୬ରେ ହୋଇଥିଲା । ହିସ୍ପୋନିଓଲା ଆଇଲାଣ୍ଡରେ କବର ଦେବା ପାଇଁ ସେ ଅନ୍ତରଙ୍ଗଙ୍କୁ କହିଥିଲେ ।

୧୫୪୨ରେ ତାଙ୍କ ମୃତ ଶରୀର ସେଠାକୁ ନିଆ ଯାଇଥିଲା । ଏହା ପରେ ପୂନର୍ବାର ୧୭୯୫ରେ ତାଙ୍କ ଶରୀର କ୍ୟୁବା ନିଆ ଯାଇଥିଲା । ଶେଷରେ ୧୮୯୮ରେ ସ୍ପେନର ସେବିଲରେ ତାଙ୍କୁ ପୋତା ଯାଇଥିଲା । ବିଭିନ୍ନ ସ୍ଥାନକୁ ତାଙ୍କ ଶବ ନିଆଯାଇଥିବାରୁ ସେ ଶେଷ ସମୟରେ କେଉଁଠାରେ ରହିଥିଲେ ତାହା ସ୍ପଷ୍ଟ ହୋଇପାରି ନ ଥିଲା । ଏବେ ଅତ୍ୟାଧୂନିତ ଟେକ୍ନୋଲୋଜି ମାଧ୍ୟମରେ ଏହି ରହସ୍ୟ ଉପରୁ ପରଦା ଉଠିଛି । ୨୦୦୩ରେ ଲରେଟ ଓ କ୍ୟାଷ୍ଟ୍ରୋ ଏଠାରେ କିଛି ମାନବୀୟ ଅବଶେଷ ପାଇଥିଲେ । ସେବେଠାରୁ ଏହା ଉପରେ ଗବେଷଣା ଚାଲିଥିଲା । କଲମ୍ବସଙ୍କ ଡିଏନଏରୁ ସେ ୟୁହୁଦୀ ବୋଲି ପ୍ରମାଣିତ ହୋଇଥିଲା । ତାଙ୍କ ପୁଅର ଡିଏନଏ ସହ ଏହାର ମେଳ ମଧ୍ୟ କରାଯାଇଥିଲା । ୨୦୧୪ରେ କଲମ୍ବସଙ୍କ ଏକ ଜାହାଜ ସାଟା ମାରିୟୋରେ ମିଳିଥିଲା ।

Leave A Reply

Your email address will not be published.