Latest Odisha News

BREAKING NEWS

କାନ୍ଦିବା ବେଳେ କାହିଁକି ନାକରୁ ବାହାରେ ପାଣି?

ଭୁବନେଶ୍ବର: ଆମେ କାନ୍ଦିବା ବେଳେ ଆମ ଆଖିରୁ ଲୁହ ବୋହିବା ସଙ୍ଗେ ସଙ୍ଗେ ଆମ ନାକରୁ ମଧ୍ୟ ପାଣି ବୋହିବା ଆମେ ସମସ୍ତେ ଲକ୍ଷ କରିଛେ । ହେଲେ କ’ଣ ଆପଣ ଜାଣନ୍ତି, ଆମେ କାନ୍ଦିବା ବେଳେ କାହିଁକି ନାକରୁ ପାଣି ବାହାରେ? କାହିଁକି ନାକ ଜାମ୍ ହୋଇଯାଏ? ଯେମିତି ଲାଗେ ସତେ ଆମକୁ ଆଉ ଥଣ୍ଡା ହୋଇଛି କି? ଏପରି କାହିଁକି….

ତେବେ ଆମେ ଜାଣିଛେ ଆମର ସମସ୍ତ ନାଡି ଓ କୋଷ ଗ୍ରନ୍ଥିକା ପରସ୍ପର ସହ ଜଡିତ । ଏଥିମଧ୍ୟରୁ ସବୁଠୁ ସକ୍ରିୟ ହେଲା ଆମ ସାଇନସିସ୍ । ଯାହା ପରସ୍ପର ସହ ଜଡିତ । ଜଣେ ପ୍ରଭାବିତ ହେଲେ ଅନ୍ୟ ଉପରେ ଏହାର ପ୍ରଭାବ ଦେଖାଯାଇଥାଏ । ଆମେ ଯେତେବେଳେ କାନ୍ଦୁ ସେତେବେଳେ ଅଶ୍ରୁ ଗ୍ରନ୍ଥିକାରୁ ବାହାରି ନଳିକାରେ ପ୍ରବେଶ କରିଥାଏ । ଯାହା ଆମ ନାକ ମଧ୍ୟକୁ ପ୍ରବେଶ କରେ । ସେଠାରେ ଲୁହ ବଲଗମ ତଥା ମ୍ୟୁକସ ସହ ମିଶି ନାକବାଟେ ବାହାରକୁ ବାହାରିଥାଏ ।

ତେବେ ମଣିଷ ଶରୀର ଭିତରେ ଥିବା ଇମୋସନ ଦ୍ବାରା ତାର ଆଖିର ଆଇଲିଡ ପ୍ରଭାବିତ ହୋଇଥାଏ । ଆଇଲିଡ୍ ତଳେ ଥିବା ଗ୍ଲାଣ୍ଡ ବା କୋଷ ଗ୍ରନ୍ଥିକାରୁ ଲୁହ ବାହାରେ । ଯାହା ଆମ ଆଖିକୁ ସଫା ରଖେ ଏବଂ ଆଖିକୁ ଏକ ପ୍ରାକୃତିକ ତେଲ ପ୍ରଦାନ କରେ । ଯେତେବେଳେ ଆମେ କାନ୍ଦୁ ସେତେବେଳେ ଉପର ଏବଂ ତଳ ଆଖିର ଭିତର କୋଣରେ ଲୁହ ଜମାଟ ବାନ୍ଧେ ଏବଂ ନାକ ପାର୍ଶ୍ୱରେ ଚାଲିଥିବା ନାସୋଲାକ୍ରିମାଲ୍ ନଳୀରେ ଏହି ଲୁହ ଭରିଯାଏ । ତାପରେ ଏହା ନାକ ଭିତରେ ଥିବା ମ୍ୟୁକସ, ସଂକ୍ରମଣାତ୍ମକ କଣିକା ଏବଂ ରକ୍ତ ସହିତ ମିଶିଥାଏ । ଯାହା ଧିରେ ଧିରେ ଏକ ତରଳ ପଦାର୍ଥରେ ପରିଣତ ହୋଇ ନାକରନ୍ଧ୍ର ଦେଇ ବାହାରି ଥାଏ  । ଫଳରେ ଆମ କାନ୍ଦିବା ବେଳେ ନାକବାଟେ ମଧ୍ୟ ଲୁହ ପ୍ରବାହିତ ହୋଇଥାଏ । ଯାହାଦ୍ବାରା ଆମ ସାଇନସିସ୍ ଉତ୍ତେଜିତ ହୋଇଥାଏ । ଆଉ ଆମକୁ ନାକ ଜମିଗଲା ଭଳି ଲାଗେ ।

ତେବେ ମନେରଖନ୍ତୁ କାନ୍ଦିବା ନାକବାଟେ ବାହାରୁଥିବା ପାଣିକୁ କେବେ ବି ସୁଁ କରି ଭିତରକୁ ନେବା ଉଚିତ୍ ନୁହେଁ । କାରଣ ଏହା ଆମ ଶରୀର ବର୍ଜ୍ୟବସ୍ତୁ ହିଁ ହୋଇଥାଏ । ଏହାକୁ ଆମେ ଭିତରକୁ ପୁଣି ନେବା ଦ୍ବାରା ଆମ ନାକ ରନ୍ଧ୍ର ଜମାଟ ବାନ୍ଧେ ।

Leave A Reply

Your email address will not be published.