Latest Odisha News

ଓପିଏସସି ପକ୍ଷରୁ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗ (ଓପିଏସସି) ୨୦୨୩ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା କରିଛି । ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା ଆରମ୍ଭ ହେବ । ପାଞ୍ଚଟି ଜୋନ୍ ଯଥା, ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ କରାଯିବ ।

ଓପିଏସସିର ଜାରି ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୨୭ରୁ ସକାଳ ୧୦ରୁ ୧୨ଟା ଜେନେରାଲ୍ ଷ୍ଟଡିଜ୍ ପେପର ୧ ହେବ । ସେହିପରି ଦ୍ୱିପ୍ରହର ୧ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ଜେନେରାଲ୍ ଷ୍ଟଡିଜ୍ ପେପର୨ ଅନୁଷ୍ଠିତ ହେବ ।

ଓପିଏସସି ବିଜ୍ଞପ୍ତି ଅନୁସାରେ ପିଡବ୍ଲୁଡି ବର୍ଗର ସମସ୍ତ ପ୍ରାର୍ଥୀଙ୍କୁ ଅତିରିକ୍ତ ୪୦ ମିନିଟର ସମୟ ମିଳିବ ।

ପରୀକ୍ଷା ହଲକୁ ଆଡମିଟ୍ କାର୍ଡ ସହ କୌଣସି ପ୍ରମାଣପତ୍ର ଆଣିବାକୁ ପଡିବ । ଓପିଏସସି ୱେବସାଇଟ୍ ରୁ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ ।

Leave A Reply

Your email address will not be published.