Latest Odisha News

ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି: ଆଇଏମଡି

ଭୁବନେଶ୍ବର: ବାତ୍ୟାକୁ ନେଇ ସ୍ପଷ୍ଟ କଲେ ଆଇଏମଡି ଡିଜି । ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି ହେଲେ ଅବପାତ ନେଇ ପୂର୍ବାନୁମାନ କରାଯାଇଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଆଇଏମଡି ଡିଜି କହିଛନ୍ତି, ଆସନ୍ତା ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅକ୍ଟୋବର ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୪ ତାରିଖରେ ଅଧିକ ବର୍ଷା ହୋଇପାରେ । ଯେହେତୁ ଲଘୁଚାପ ସୃଷ୍ଟି ହେବା ପାଇଁ ଅଧିକ ଦିନ ବାକି ଅଛି ତେଣୁ ବାତ୍ୟା ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ବୋଲି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

 

Leave A Reply

Your email address will not be published.