Latest Odisha News

ଶ୍ରୀମନ୍ଦିର ସେବାୟତଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଆନନ୍ଦଵଜାର ବିଶୃଙ୍ଖଳାକାରୀ। ଶ୍ରୀମନ୍ଦିର ଆନନ୍ଦ ବଜାର ମଧ୍ୟରେ ବାହାର ରାବିଡି ବିକ୍ରିକୁ ବିରୋଧ କରିବାରୁ ଗୋଡେଇ ଗୋଡେଇ ଆକ୍ରମଣ କରାଯାଇଛି । ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଗୋଡ଼ାଇ ହାଣିଛନ୍ତି ଅଣସେବାୟତ। ଆଜି ଅପରାହ୍ନ ସମୟରେ ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଗୁରୁତର ଆକ୍ରମଣ ହୋଇଛି।

ଆନନ୍ଦବଜାରରେ ବାହାର ରାବିଡି ବିକ୍ରିକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ପଶ୍ଚିମଦ୍ବାର ନିକଟରେ ବାହ୍ୟ ପରିକ୍ରମା ପଥରେ ଏହି ଆକ୍ରମଣ ହୋଇଛି। ସୁପରଭାଇଜରଙ୍କ କହୁଣି ଓ ମଣିବନ୍ଧରେ ଷ୍ଟିଚ ପଡ଼ିଛି । କାନ୍ଧ ,ପିଠି ଓ ହାତରେ ମଧ୍ୟ ଆଘାତ ଲାଗିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ତେବେ ଏକ୍ସ-ରେ  ରିପୋର୍ଟ ଆସିବା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଆଘାତରୁ ଏହା କଟ ଇଞ୍ଜୁରୀ ଜଣା ପଡୁଛି। କୌଣସି ଧାରୁଆ ଅସ୍ତ୍ର ଆକ୍ରମଣ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁମାନ କରିଛନ୍ତି।

ପ୍ରକାଶଥାଉକି, ବିଗତ କିଛିଦିନ ହେବ ଶ୍ରୀମନ୍ଦିର ଶୃଙ୍ଖଳା ପାଇଁ ପଦକ୍ଷେପ ନିଆଯାଉଛି। ଶ୍ରୀମନ୍ଦିରରେ ଲୁହା କଡ଼େଇ, ଭଳି ଭୋଗ ବ୍ୟତୀତ ଅନ୍ୟ ଜିନିଷ ବିକ୍ରି ବାରଣ କରାଯାଇଥିବା ବେଳେ ଶ୍ରୀମନ୍ଦିର ସୁପରଭାଇଜର ଭାବରେ ବକ୍ସି ପ୍ରତିହାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ତେବେ ଅଣସେବାୟତ ତାଙ୍କୁ ଆକ୍ରମଣ କରି ଶ୍ରୀମନ୍ଦିର ପ୍ରଶାସନକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.