Latest Odisha News

BREAKING NEWS

ଝାଡଖଣ୍ଡରେ ସିଟ ସେୟାରିଂ ଶେଷ କଲା ବିଜେପି

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ  ବିଜେପି ଶେଷ କରିଛି ସିଟି ସେୟାରିଂ। ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାସ) ଦଳ ସହ ମେଣ୍ଟ କରି ଝାଡଖଣ୍ଡରେ ନିର୍ବାଚନ ଲଢ଼ିବ ଦଳ। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ୧୩ଟି ଆସନରେ ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ଯୁନିଅନ (ଆଜସୁ) ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାସ) ଲଢିବ। ବାକି ଥିବା ୧୩ ଆସନରୁ ଆଜସୁ ୧୦ ସ୍ଥାନରେ ପ୍ରାର୍ଥୀ ଦେବ। ଅନ୍ୟ ୩ ଆସନରୁ ଜେଡିୟୁ ୨ଟି ଓ ଏଲଜେପି ଗୋଟିଏ ଆସନରେ ପ୍ରାର୍ଥୀ ଦେବା ନେଇ ସ୍ଥିର ହୋଇଛି।

ଆସନ୍ତା ଦୁଇ ଦିନ ମଧ୍ୟରେ କେନ୍ଦ୍ରୀୟ ଟିମ୍ ଝାଡଖଣ୍ଡ ଓ ମହାରାଷ୍ଟ୍ର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବେ ବୋଲି ଝାଡଖଣ୍ଡ ନିର୍ବାଚନ ଦାୟିତ୍ୱରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଆସନ ବଣ୍ଟନ ସମ୍ପର୍କରେ ଘୋଷଣା କରାଯିବା ସମୟରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆଜସୁ ପାର୍ଟି ମୁଖ୍ୟ ସୁଦେଶ ମହତୋ ଓ ବଜେପିର ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି ଉପସ୍ଥିତ ଥିଲେ।

ଘୋଷଣା ଅନୁସାରେ ଆଜସୁ ସିଲି, ରାମଗଡ, ଗୋମିଆ, ଯୁଗଶାଲାଇ(ଏସସି), ଇଚାଗଡ, ଲୋହରଡଗ(ଏସଟି), ପାକୁର ମନୋହରପୁର (ଏସଟି), ମାଣ୍ଡୁ ଏବଂ ଡୁମ୍ରିରେ ନିର୍ବାଚନ ଲଢିବାକୁ ସ୍ଥିର ହୋଇଥିବା ବେଳେ ଜେଡ଼ିୟୁ ପଶ୍ଚିମ ଜାମସେଦପୁର ଓ ତମର(ଏସଟି) ଏବଂ ଏଲଜେପି ଚାଟ୍ରା(ଏସସି) ରୁ ନିର୍ବାଚନ ଲଢିବ।

 

Leave A Reply

Your email address will not be published.