Latest Odisha News

BREAKING NEWS

ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ: ସର୍ଫରାଜଙ୍କ ଆକର୍ଷଣୀୟ ଶତକ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଭାରତ ସୁବିଧାଜନକ ସ୍ଥିତିରେ ପଂହିଚିଛି । ସର୍ଫରାଜ ଖାଁଙ୍କ ଶତକ ଏବଂ ରିଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଟିମ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ସ୍କୋରଠାରୁ ୧୨ ରନ ପଛରେ ରହିଛି । ସର୍ଫରାଜ ୧୨୫ ଓ ପନ୍ତ ୫୩ ରନ କରି ଅପରାଜିତ ରହିଛନ୍ତି । ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ସର୍ଫରାଜଙ୍କ ଏହା ପ୍ରଥମ ଶତକ । ଚଳିତ ବର୍ଷ ଫେବୃୟାରୀ ୧୫ରେ ସେ ଟେଷ୍ଟ ପଦାର୍ପଣ କରିଥିଲେ । ଇଂଲଣ୍ଡ ବିପକ୍ଷ ଏହି ମୁକାବିଲାରେ ସେ ୬୨ ରନ କରିଥିବା ବେଳେ ରନଆଉଟ ହୋଇ ଯାଇଥିଲେ । ଏଥର ଶତକ ହାସଲ କରିବା ପରେ ସର୍ଫରାଜ ପଡିଆ ଚାରିପଟେ ଦୌଡି ନିଜସ୍ୱ ଶୈଳୀ ଶତକ ହାସଲର ମଜା ଉଠାଇଥିଲେ ।

ଭାରତ ପ୍ରଥମ ଇନିଂସରେ ୪୬ ରନ କରିବା ପରେ ନ୍ୟୁଜିଲାଣ୍ଡ ଏହାର ଜବାବରେ ୪୦୨ ରନ ସଂଗ୍ରହ କରିଥିଲା । ଭାରତ ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୩୪୪ ରନ ସଂଗ୍ରହ କରି ନେଇଛି । ରୋହିତ ଶର୍ମା ଓ ବିରାଟ କୋହଲି ତୃତୀୟ ଦିବସରେ ଅର୍ଦ୍ଧଶତକ ହାସଲ କରିଥିଲେ । କୋହଲି ୭୦ ଓ ରୋହିତ ୫୨ ରନ କରି ଆଉଟ ହୋଇଥିବା ବେଳେ ସର୍ଫରାଜ ୭୦ ରନ କରି ଅପରାଜିତ ରହିଥିଲେ ।

Leave A Reply

Your email address will not be published.