Latest Odisha News

ଖଲିସ୍ତାନୀ ଆତଙ୍କାବାଦୀଙ୍କ ଧମକ, ନଭେମ୍ବର ୧ରୁ ୧୯ ମଧ୍ୟରେ ଏୟାର ଇଣ୍ଡିଆରେ ଯାତ୍ରା କରନି

ନୂଆଦିଲ୍ଲୀ: ନଭେମ୍ବର ୧ରୁ ୧୯ ତାରିଖ ଭିତରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ ବୋଲି ସୋମବାର ପୁଣି ଧମକ ଦେଇଛି ଖଲିସ୍ତାନୀ ଆତଙ୍କାବାଦୀ। ଏଭଳି ଧମକ ଦେଇଛନ୍ତି ଖଲିସ୍ତାନୀ ଆତଙ୍କାବାଦୀ ଗୁରୁପତୱନ୍ତ ସିଂ ପନ୍ନୁ।

ଶିଖ୍ ଫର ଜଷ୍ଟିସ (ଏସଏଫଜ)ର ପ୍ରତିଷ୍ଠାତା ଦାବି କରିଛନ୍ତି ଯେ, ଶିଖ୍ ଗଣହତ୍ୟାର ୪୦ ତମ ବାର୍ଷିକୀ ଅବସରରେ ଏୟାର ଇଣ୍ଡିଆ ବିମାନ ଉପରେ ଆକ୍ରମଣ ହୋଇପାରେ। ତେଣୁ ନଭେମ୍ବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଏଥିରେ ଉଡ଼ାଣ କରନ୍ତୁ ନାହିଁ। ପନ୍ନୁ ଗତବର୍ଷ ମଧ୍ୟ ଏଭଳି ଧମକ ଦେଇଥିଲା।

ଖାଲିସ୍ତାନୀ ସଙ୍ଗଠନ ତରଫରୁ ଗତକିଛି ଦିନ ହେବ ବାରମ୍ବାର ଧମକ ମିଳୁଛି । ଗତ ସପ୍ତାହରେ ଅନେକ ଧମକ ଯୋଗୁଁ ବହୁ ବିମାନ ଉଡ଼ାଣ ଭରିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ରବିବାର ଦିନ ଦିଲ୍ଲୀର ଏକ ସ୍କୁଲ କାନ୍ଥରେ ବିସ୍ଫୋରଣ ଘଟିଥିଲା। ଏହା ପଛରେ ଜଷ୍ଟିସ୍ ଲିଗ୍ ଇଣ୍ଡିଆ ନାମକ ଏକ ଟେଲିିଗ୍ରାମ ଚ୍ୟାନେଲ ଥିବା ସ୍ବିକାର କରିଥିଲା। ଯାହାର ଖଲିସ୍ତାନ ସହ ସଂପୃକ୍ତି ଥିବା କୁହାଯାଉଛି।

ଜାଣନ୍ତୁ ପନ୍ନୁ କିଏ?

ଗୁରୁପତୱନ୍ତ ସିଂ ପନ୍ନୁ ଅମୃତସରର ଖାନକୋଟ ଗାଁର ବାସିନ୍ଦା । ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନରେ ଅଧ୍ୟୟନ କରିବା ପରେ ବିଦେଶ ଚାଲି ଯାଇଥିଲେ । ତାଙ୍କ ପାଖରେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାର ଦ୍ୱିତୀୟ ନାଗରିକତା ରହିଛି। ବିଦେଶରେ ରହି ଆତଙ୍କବାଦୀ ଗତିବିଧିକୁ କାର୍ଯ୍ୟକାରୀ କରିଥାଏ ପନ୍ନୁ।

କେନ୍ଦ୍ର ସରକାର ପନ୍ନୁକୁ ୨୦୨୦ ମସିହାରେ ଆତଙ୍କବାଦୀ ଘୋଷଣା କରିଛନ୍ତି । ପନ୍ନୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସାହାଯ୍ୟରେ ଏସଏଫଜେ ସଂଗଠନ ଗଠନ କରିଛି ।

Leave A Reply

Your email address will not be published.