Latest Odisha News

BREAKING NEWS

ଶୀଘ୍ର ପୂଜା ମଣ୍ଡପ ଖାଲି କରି, କାଲି ସୁଦ୍ଧା ଭସାଣୀ ସାରିବାକୁ ନିର୍ଦ୍ଦେଶ

ଭୁବେନେଶ୍ବର: ସମୁଦ୍ରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହାକୁ ନେଇ ସବୁ ଜିଲ୍ଳା ପ୍ରଶାସନକୁ ସତର୍କ କରାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର ।

ବର୍ତ୍ତମାନ କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଛି । ଆଉ ଏଭଳି ସମୟରେ ଜିଲ୍ଲା ପ୍ରଶାସନକୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତାକାଲି ସୁଦ୍ଧା ଭସାଣି ସାରିବାକୁ କୁହାଯାଇଛି ।

ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପୂଜା ମଣ୍ଡପରେ ତୋରଣ ଖୋଲିବା ସହ ବୁଧବାର ସୁଦ୍ଧା ମା’ଙ୍କ ଭସାଣୀ ଶେଷ କରିବାକୁ ପୂଜା କମିଟି ଗୁଡ଼ିକୁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.