Latest Odisha News

ବାତ୍ଯା ‘ଦାନା’; ୧୦ ଜିଲ୍ଲାକୁ ଗଲେ ଓଡ୍ରାଫ ଟିମ୍

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ଯା ‘ଦାନା’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ଓଡ଼ିଶା ସରକାର ୨୦ଟି ଓଡ୍ରାଫ ଟିମ୍ ପଠାଇଛନ୍ତି।

ଏହି ବାତ୍ୟା ପାଇଁ ଅକ୍ଟୋବର ୨୩ରୁ ଉପକୂଳ ତଥା ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।

ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କ୍ଲିୟରାନ୍ସ ଏବଂ ବନ୍ୟା ଜନିତ ସ୍ଥିତି ତଥା ଉଦ୍ଧାର କାର୍ଯ୍ୟ ପାଇଁ ଅକ୍ଟୋବର ୨୨ ସୁଦ୍ଧା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ଓଡ୍ରାଫ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଅତିରିକ୍ତ ୧୦ଟି ଏନଡିଆରଏଫ୍ ଟିମ୍ ପାଇଁ ମଧ୍ଯ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ୨୫୦ଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ସବୁ ରିଲିଫ ସେଣ୍ଟରରେ ମହିଳା ପୋଲିସ ଜଗିବେ । ସରକାରୀ ଆଶ୍ରୟସ୍ଥଳୀ ଛଡା ଆଉ ୫ଶହଟି ଅସ୍ଥାୟୀ ଶିବିର କରାଯାଇଛି । ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ତଦାରଖ କରାଯାଉଛି । ରାଜ୍ୟ ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ କରି ହେଉଛି ମନିଟରିଂ କରାଯାଉଛି । ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ଗର୍ଭବତୀ, ଶିଶୁ, ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର କରାଯିବ । ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.