Latest Odisha News

BREAKING NEWS

ପ୍ରକାଶ ପାଇଲା ଏମବିବିଏସ ବିଡିଏସ ଅପଗ୍ରେଡ୍‌ ଲିଷ୍ଟ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଏମବିବିଏସ କାଉନସେଲିଂ ସ୍ଥଗିତ l ବାତ୍ୟା ପାଇଁ ସ୍ଥଗିତ ହେଲା ମେଡିକାଲ କାଉନସେଲିଂ l ଆଜି ଓ ଆସନ୍ତାକାଲି ଥିଲା କାଉନସେଲିଂ l ବାତ୍ୟା ପାଇଁ ମେଡିକାଲ କଲେଜ ଓ ଓଜେଇଇ କେନ୍ଦ୍ରକୁ ଆସିବାକୁ ମନା କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ l

ସେପଟେ ପ୍ରକାଶିତ ହୋଇଛି ଏମବିବିଏସ ବିଡିଏସ ଅପଗ୍ରେଡ୍‌ ଲିଷ୍ଟ l ଏମବିବିଏସ ବିଡିଏସ ତୃତୀୟ ରାଉଣ୍ଡ କାଉନସେଲିଂ ଅପଗ୍ରେଡିଂ ସିଟ୍‌ ଆଲଟମେଣ୍ଟ ନେଇ ଓଜେଇଇ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି l ନୋଟିସରେ ଚୂଡ଼ାନ୍ତ ଆଲଟମେଣ୍ଟ ଲେଟର ଡାଉନ୍‌ଲୋଡ କରି ରପୋର୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ୨୬ ତାରିଖ ମଧ୍ୟରେ କଲେଜରେ ଫିଜିକାଲି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି l ପ୍ରଥମ କରି ସିଟ୍‌ ଆଲଟ ଛାତ୍ରଛାତ୍ରୀ ଓଜେଇଇ ଅଫିସ୍‌ରେ ରିପୋର୍ଟ କରିବେ l ୨୬ ତାରିଖ ସକାଳ ୧୦ରୁ ୪ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛି ଓଜେଇଇ l ଯଦି ରିପୋର୍ଟ ନ କରିବେ ତେବେ ଖାଲି ସିଟ୍‌ ପାଇଁ ପୁଣି ଠାରେ କାଉନସେଲିଂ କରାଯିବ l ବାତ୍ୟା ‘ଦାନା’ ପାଇଁ ସମ୍ପୃକ୍ତ କଲେଜ ରିପୋର୍ଟିଂର ସ୍ବତନ୍ତ୍ର ବ୍ୟବସ୍ଥା କରିବେ ବୋଲି କହିଛି ଓଜେଇଇ l

Leave A Reply

Your email address will not be published.