Latest Odisha News

BREAKING NEWS

ଭୁବନେଶ୍ୱର ପରେ ଝାରସୁଗୁଡା ବିମାନବନ୍ଦରକୁ ବୋମା ଧମକ

ଝାରସୁଗୁଡା: ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ଗୁରୁବାର ଦିନ ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରକୁ ବୋମା ଧମକ ମିଳିଛି।

ଇଣ୍ଡିଗୋ ଝାରସୁଗୁଡା-ବେଙ୍ଗାଲୁରୁ ବିମାନ (6E-128) ମଝି ଆକାଶରେ ଥିବା ବେଳେ ବୋମା ଧମକ ନେଇ ସୂଚନା ପାଇଥିଲା।  ଏହି ବିମାନ ଦିନ ୧୨ଟା ୩୫ମି.ରେ ଝାରସୁଗୁଡାରେ ଅବତରଣ କରିଥିଲା ​​ଏବଂ ପରେ ଦିନ ୧ଟା ୧୦ମି.ରେ ଟେକ ଅଫ୍ କରିବାର ଥିଲା। ବୋମା ଧମକ ଯୋଗୁ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା।
ତେବେ ଯାଞ୍ଚ ପରେ ବିମାନରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା।

ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ କୁମାର ତିୱାରୀ କହିଛନ୍ତି ଯେ “ଇଣ୍ଡିଗୋ ର ଏକ୍ସ ହ୍ୟାଣ୍ଡେଲରେ ୨୦ଟି ବିମାନରେ ବୋମା ରଖାଯାଇଥିବା ସୂଚନା ମିଳିଥିଲା। ତେବେ ଯାଞ୍ଚ ପରେ ଏହା ଏକ ଗୁଜବ ବୋଲି ଘୋଷଣା କରାଯାଇଥିଲା।

Leave A Reply

Your email address will not be published.