Latest Odisha News

BREAKING NEWS

ରାଜଧାନୀରେ ବାଘ ଆତଙ୍କ, ବିମାନବନ୍ଦର ନିକଟରେ ମିଳିଲା ପାଦ ଚିହ୍ନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ଆଜି ସକାଳ ପ୍ରାୟ ୯ ଟା ୨୯ ମିନିଟ ବେଳକୁ ଭୁବନେଶ୍ୱର ବିମାନବନ୍ଦର ଡ୍ରଂପିଙ୍ଗୟାର୍ଡ ନିକଟରେ ଏକ ଭାଗ ବୁଲୁଥିବାର ସେଠି କାମ କରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏହା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏନେଇ ବନବିଭାଗକୁ ସୂଚନା ଦିଆଯାଇଥିଲା।

ଖବର ପାଇ ବନବିଭାଗ ଆସିବା ପରେ ସ୍ଥାନୀୟ ଅଂଚଳରେ ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ। ଏହାପରେ ବନବିଭାଗ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସୂଚନା ଦେଇଥିବା ବେଳେ ଯେ ପର୍ଯ୍ୟନ୍ତ ବାଘ କାବୁ ନ ହୋଇଛି ସେ ପର୍ଯ୍ୟନ୍ତ ସେହି ଅଞ୍ଚଳରେ କାମ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି।

Comments are closed.