Latest Odisha News

BREAKING NEWS

ମହିଳାଙ୍କୁ ହତ୍ଯା ପାଇଁ ୨୨ଥର ‘ଦୃଶ୍ୟମ’ ଦେଖିଥିଲେ ଜିମ୍ ଟ୍ରେନର, ଏଭଳି କରିଥିଲେ ପ୍ଲାନିଂ… 

କାନପୁର: ବଲିଉଡ ଫିଲ୍ମ୍ ଦୃଶ୍ୟମ ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜିମ ଟ୍ରେନର ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଜିଲ୍ଲାପାଳଙ୍କ କମ୍ପାଉଣ୍ଡଠାରୁ କିଛି ଦୂରରେ ଥିବା ଅଫିସର୍ସ କ୍ଲବ କମ୍ପାଉଣ୍ଡ ଭିତରେ ପୋତି ଦେଇଥିଲେ।

ସୂଚନା ଅନୁଯାୟୀ କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ସୁଗାରମିଲ ଖାଲୱା କମ୍ପାଉଣ୍ଡର ବାସିନ୍ଦା ବିମଲ ସୋନି ଜଣେ ଜିମ ଟ୍ରେନର। ତାଙ୍କ ଜିମକୁ କୋଟୱାଲିର ଜଣେ ମହିଳା ଯାଉଥିଲେ। ଫଳରେ ବିମଲ ଏବଂ ସେହି ମହିଳାଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ପ୍ରାୟ ଚାରିମାସ ତଳେ ଜୁନ୍ ୨୪ରେ ମହିଳା ଜଣକ ଜିମ୍ ସାମ୍ନାରୁ ହଠାତ୍ ନିଖୋଜ ହୋଇଯାଇଥିଲେ।

ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ତାଙ୍କ ସ୍ୱାମୀ ମହିଳାଙ୍କ ନିଖୋଜ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ତେବେ ଚାରିମାସ ବିତିଯାଇଥିଲେ ମଧ୍ଯ ମହିଳାଙ୍କ କୌଣସି ଖୋଜଖବର ମିଳିନଥିଲା।

ଅପରପକ୍ଷରେ ଅଭିଯୁକ୍ତକୁ ଶନିବାର ଦିନ ଗିରଫ କରାଯାଇଥିଲା ୲ ହତ୍ୟାକାଣ୍ଡକୁ ନେଇ ପଚରାଉଚରା ବେଳେ ସେ କହିଥିଲେ ଯେ ଜୁନ୍ ୨୪ରେ ଏକତା ଜିମରୁ ବାହାରିବା ପରେ ସେ ତାଙ୍କୁ କାର୍ ଭିତରକୁ ଡାକିଥିଲେ। ତା’ପରେ ସେ ଏକତାଙ୍କୁ ନିଜ ବାହାଘର ବିଷୟରେ ଜଣାଇଲା ପରେ ଉଭୟଙ୍କ ମଧ୍ଯ ରେ ବହୁତ ପାଟିତୁଣ୍ଡ ହୋଇଥିଲା। ଏପରିକି ରାଗିଯାଇ ବିମଲ ତାଙ୍କ ବେକକୁ ଚିପି ଦେବାରୁ କାରରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଓ ତାହାର କିଛି ଘଣ୍ଟା ପରେ ଅଭିଯୁକ୍ତ ମୃତଦେହକୁ ଡିଏମ କମ୍ପାଉଣ୍ଡ ନିକଟରେ ପୋତି ଦେଇଥିଲା।

ସବୁଠାରୁ ବଡ଼ କଥା ହେଲା ଅଭିଯୁକ୍ତ ଏସବୁ ପ୍ଳାନିଂ ବଲିଉଡର କ୍ରାଇମ୍ ଥ୍ରୀଲର ଫିଲ୍ମ ‘ଦୃଶ୍ୟମ’ କୁ ଦେଖିବା ପରେ ପ୍ଲାନ ବନାଇଥିଲା । ତେବେ ସେ ଏହି ଫିଲ୍ମକୁ ୨୨ଥର ଦେଖିଥିବା ଜଣାପଡିଛି।

ଏହି ଘଟଣାରେ ଡିସିପି ଇଷ୍ଟ ଏସ.କେ ସିଂ କହିଛନ୍ତି ଯେ ମହିଳାଙ୍କ ମୃତଦେହ ପୋତାଯାଇଥିବା ଜାଣିବା ପରେ ସେ ପ୍ରଥମେ ଏଠାକୁ ଆସି ମୃତଦେହ ଉଦ୍ଧାର କରିଥିଲେ। ଅଭିଯୁକ୍ତ ମହିଳାଙ୍କୁ ହତ୍ୟା କରିବା ପରେ ହ୍ୱାଟସ୍ ଆପ୍ କିମ୍ବା ଫୋନ୍ ବ୍ୟବହାର କରୁନଥିଲା ଏବଂ ପଞ୍ଜାବର ଏକ ହୋଟେଲରେ ମଧ୍ୟ କିଛି ଦିନ କାମ କରିଥିଲେ।

ତେବେ ଅଭିଯୁକ୍ତ ମୃତଦେହ ସହିତ ଡିଏମଙ୍କ ବାସଭବନ ନିକଟରେ କିପରି ପହଞ୍ଚିଲା ସେନେଇ ପ୍ରଶ୍ନ ଉଠିଛି।

 

Leave A Reply

Your email address will not be published.