Latest Odisha News

୩୦ ବର୍ଷ ପରେ କମ୍ ବ୍ୟାକ୍: ପୁଣି ସିନେମା ହଲରେ ‘କରନ ଅର୍ଜୁନ୍’

ମୁମ୍ବାଇ: ପୁଣି ସିନେମା ହଲକୁ ଆସିବାକୁ ଯାଉଛି ୧୯୯୫ର ବ୍ଲକ ବଷ୍ଟର, ଦୁଇ ଖାନ୍ ଭାଇଙ୍କ ସୁପରହିଟ୍ ଯୋଡି କରନ- ଅର୍ଜୁନ୍ । ପୁଣି ମୁକ୍ତିଲାଭ କରିବାକୁ ଯାଉଛି ଶାହାରୁଖ ଖାନ୍, ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘କରନ ଅର୍ଜୁନ’ । ଆସନ୍ତା ନଭେମ୍ବରରେ ଏହା ପୁଣି ଥରେ ସିନେମା ହଲରେ ରି-ରିଲିଜ୍ ହେବାକୁ ଯାଉଛି । ଯାହାକୁ ନେଇ ଏବେ ଉତ୍ସାହିତ ଫ୍ୟାନ୍ସ ।

ତେବେ ବଲିଉଡରେ ଏବେ ରି-ରିଲିଜ୍ ଟ୍ରେଣ୍ଡ ଚାଲିଛି । ପୁରୁଣା ବ୍ଲକ ବଷ୍ଟର ଫିଲ୍ମ ହେଉକି ଫ୍ଲପ ଫିଲ୍ମ ପୁଣି ଥରେ ସିନେମା ହଲରେ ଦେଖିବାକୁ ଦର୍ଶକଙ୍କ ଭିଡ ଜମୁଛି । ସବୁଠୁ ରୋଚକ କଥା ହେଉଛି, ସେତେବେଳେ ଯେଉଁ ଫିଲ୍ମକୁ ଦର୍ଶକ ବେଶୀ ଭଲପାଇବା ଦେଇନଥିଲେ, ଏବେ ରିରିଲିଜରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି ଫିଲ୍ମ ମେକର ।

ତେବେ ଏହାରି ଭିତରେ ଆଜି ସକାଳୁ ସକାଳୁ ବଲିଉଡର ଭାଇଜାନ୍ ଓରଫ ସଲମାନ ଖାନ୍ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ‘କରନ ଅର୍ଜୁନ’ ପୁଣି ସିନେମା ହଲକୁ ଆସିବାକୁ ଯାଉଛି ବୋଲି ଘୋଷଣା କରି ଏକ ପୋଷ୍ଟ ତାଙ୍କ ସୋସିଆଲ ମିଡିଆରେ ଜାରି କରିଛନ୍ତି । ଯେଉଁଥିରେ ‘କରନ ଅର୍ଜୁନ’ର ରିରିଲିଜର ପୋଷ୍ଟର ସହ ସେ କ୍ୟାପସନରେ ଲେଖିଛନ୍ତି, “ରାଖି ଜି ଫିଲ୍ମରେ ଠିକ୍ କହୁଥିଲେ କି ମୋ କରନ୍ ଅର୍ଜୁନ୍ ଆସିବେ….ନଭେମ୍ବର ୨୨ରେ ପୂରା ଦେଶର ସିନେମା ହଲରେ”

ତେବେ ୧୩ ଜାନୁୟାରୀ ୧୯୯୫ରେ ରାକେଶ ରୋଶନଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଥିବା ଆଇକନିକ ଫିଲ୍ମ ‘କରନ ଅର୍ଜୁନ’ ପୁଣି ଥରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ସଲମାନ ଖାନ୍ ଏବଂ ଶାହାରୁଖ ଖାନଙ୍କ ବ୍ୟତୀତ ରାଖି ଗୁଲଜାର, କାଜୋଲ, ମମତା କୁଲକରନି, ଅମରିଶ ପୁରୀ ଏବଂ ରନଜିତ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେତେବେଳେ ଜାନୁୟାରୀରେ ଫିଲ୍ମ ରିଲିଜ୍ ହେବା ମାତ୍ରେ ହିଁ ହିଟ୍ ଛୁଇଁଥିଲା । ଫିଲ୍ମର ଗୀତ, କାହାଣୀ ଏବଂ ଅଭିନୟ ଏବେ ଦର୍ଶକଙ୍କ ମନରେ ଜୀବନ୍ତ ରହିଛି ।

Leave A Reply

Your email address will not be published.