Latest Odisha News

ଲକ୍ଷ୍ନୌ ସୁପର ଜ୍ୟାଂଟସରୁ ବିଦା ହୋଇ ପାରନ୍ତି ରାହୁଲ

ଲକ୍ଷ୍ନୌ: ଆଇପିଏଲ ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ନେଇ ବଡ ଖବର ଆସିଛି । ରିପୋର୍ଟ ମୁତାବକ ଲକ୍ଷ୍ନୌ ଟିମ ମ୍ୟାନେଜମେଂଟ ନିକୋଲସ ପୂରନ, ମୟଙ୍କ ଯାଦବ ଓ ରବି ବିଶ୍ନୋଇଙ୍କୁ ରିଟେନ କରିବ ବୋଲି ଏକପ୍ରକାର ନିଷ୍ପତି ନେଇସାରିଛି । ଏପରିକି ୨୦୨୫ ଆଇପିଏଲରେ ପୂରନ ଦଳର ନେତୃତ୍ୱ ମଧ୍ୟ ନେଇପାରନ୍ତି । ଯଦି ଏହି ଖବରର ସତ୍ୟତା ଥାଏ ତେବେ କେଏଲ ରାହୁଲ ଦଳ ରିଟେନ କରି ନ ପାରେ । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ରାହୁଲ ମେଗା ଅକ୍ସନରେ ସାମିଲ ହେବେ ।

ପେସ ବୋଲର ମୋହସିନ ଖାଁ ଓ ଆୟୂଷ ବଦାନୀଙ୍କୁ ମଧ୍ୟ ଲକ୍ଷ୍ନୌ ରିଟେନ କରିବାକୁ ଚାହୁଁଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ମୟଙ୍କ ଆଇପିଏଲରେ ୪ଟି ଏବଂ ବାଂଲାଦେଶ ବିପକ୍ଷରେ ୩ଟି ଟି୨୦ ମ୍ୟାଚ ଖେଳିଛନ୍ତି । ୨୦୨୨ରେ ଲକ୍ଷ୍ନୌ ମାତ୍ର ୨୦ ଲକ୍ଷରେ ମୟଙ୍କଙ୍କୁ ଦଳରେ ସାମିଲ କରିଥିଲା । ଏବେ ସେ କୋଟି କୋଟି ଟଙ୍କାର ଫାଇଦା ପାଇବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ମେଗା ନିଲାମରେ ପ୍ରାୟ ସମସ୍ତ ଟିମ ନୂତନ ରୂପ ନେବାକୁ ଯାଉଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.