Latest Odisha News

ଏବେ ଟିମ ଇଣ୍ଡିଆର କଣ ରହିବ ରଣନୀତି

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ହାତଛଡା କରିବା ପରେ ଭାରତୀୟ କ୍ରିକେଟ ଟିମ କିପରି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ସେ ନେଇ ଉଦ୍ୟମ ଆରମ୍ଭ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୧ରୁ ମୁମ୍ବାଇରେ ଖେଳାଯିବ । ଏବେ ଏହି ଟେଷ୍ଟ ପାଇଁ ଭାରତର ରଣନୀତି କଣ ରହିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଏହି ମୁକାବିଲାକୁ ରୋହିତ ଶର୍ମାଙ୍କ ଟିମ ନିଶ୍ଚିତ ଭାବେ ଜିତିବାକୁ ଚାହିଁବ । ଉଭୟ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ସେମାନଙ୍କ ରଣନୀତିରେ ଫେଲ ମାରିଛନ୍ତି । ଦୁଇ ସିନିୟର ଖେଳାଳି ରୋହିତ ଓ ବିରାଟ କୋହଲିଙ୍କ ବ୍ୟାଟିଂ ବିଫଳତା ଏବଂ ଯଶପ୍ରୀତ ବୁମରାହଙ୍କ ବୋଲିଂ ପ୍ରଦର୍ଶନ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ୧୨ ବର୍ଷ ପରେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ସିରିଜ ପରାଜୟବରଣ କରିଛି । ଏବେ କ୍ଲିନ ସୁଇପରୁ ବଂଚିବା ପାଇଁ ଉଦ୍ୟମ କରିବ ।

ପେସ ଏବଂ ସ୍ପିନ ଟ୍ରାକରେ ଟିମ ଇଣ୍ଡିଆର ରଣନୀତି ବୁମେରାଂ ସାବ୍ୟସ୍ତ ହୋଇଛି । ରିପୋର୍ଟ ମୁତାବକ ମୁମ୍ବାଇ ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିବାକୁ ଯାଉଛି । ଶେଷ ଦିନ କିମ୍ବା ତାର ପୂର୍ବ ବଲ ଟର୍ଣ୍ଣ କରିବ ଯାହାର ଫାଇଦା ଟିମ ଇଣ୍ଡିଆ ଉଠାଇବାକୁ ଚାହିଁବ । ନ୍ୟୁଜିଲାଣ୍ଡ ବିପକ୍ଷ ଗୋଟିଏ ମ୍ୟାଚ ଏବଂ ବର୍ଡର-ଗାଭାସ୍କର ଟ୍ରଫିର ୫ଟି ମ୍ୟାଚରୁ ଭାରତକୁ ଅତି କମରେ ୪ଟିରେ ବିଜୟ ହାସଲ କରିବାକୁ ପଡିବ । ଯଦି ଏହା ସମ୍ଭବ ନୁହେଁ ତେବେ ଭାରତ ପରାଜିତ ନ ହେବା ପାଇଁ ଉଦ୍ୟମ କରିବ । ଟିମ ଏକାଦଶ ନେଇ ମ୍ୟାନେଜମେଂଟ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ତେବେ ଖେଳାଳିମାନେ କଠିନ ଅଭ୍ୟାସ ଜାରୀ ରଖିଛନ୍ତି ।

Leave A Reply

Your email address will not be published.