ବେରୁତ : ଇସ୍ରାଏଲକୁ ଜୋରଦାର ଟାର୍ଗେଟ କରିବ ହିଜବୁଲ୍ଲା। ଚିଫ ନସରଲ୍ଲାଙ୍କ ହତ୍ୟାର ନେବ ପ୍ରତିଶୋଧ। ମୁଖିଆ ନସରଲ୍ଲାଙ୍କ ମୃତ୍ୟୁ ପରେ ଏବେ ନୂଆ କମାଣ୍ଡର ହୋଇଛନ୍ତି ନଇମ କାସିମ। ସେପ୍ଟେମ୍ୱର ୨୭ ତାରିଖରେ ନସରୁଲ୍ଲାଙ୍କୁ ବେରୁତରେ ଇସ୍ରାଏଲ ମାରିଥିଲା।
ନଇମ କାସିମଙ୍କୁ ଶୁରା କାଉନ୍ସିଲ ମୁଖିଆ ଭାବେ ନିଯୁକ୍ତ କରିଥିବା ହିଜବୁଲ୍ଲା ଏକ ବୟାନ ଜାରି କରି କହିଛି । ସେ ୧୯୯୧ ରୁ ହିଁ ହିଜବୁଲ୍ଲାର ଡେପୁଟୀ ଚିଫ୍ ଭାବେ କାମ କରୁଥିଲେ। ସେ ଦୀର୍ଘ ଦିନ ଯାଏ ହିଜବୁଲ୍ଲାର ପ୍ରବକ୍ତା ଭାବେ ମଧ୍ୟ କାମ କରିଛନ୍ତି। ଏବେ ତାଙ୍କୁ ଦାୟିତ୍ୱ ଦେଇ ହିଜବୁଲ୍ଲା ପୁଣି ଥରେ ନିଜର କାର୍ଯ୍ୟକଳାପକୁ ଆଗକୁ ବଢାଇଛି।
ଉଲ୍ଲେଖଯୋଗ୍ୟ, ୨୭ ସେପ୍ଟେମ୍ୱରରେ ହିଜବୁଲ୍ଲା କମାଣ୍ଡର ନସରୁଲ୍ଲାଙ୍କୁ ଇସ୍ରାଏଲ ମାରି ଦେଇଥିଲା। ଏହାସହ ଇସ୍ରାଏଲ ହିଜବୁଲ୍ଲାର ଆଉ ଜଣେ କମାଣ୍ଡର ହାସେମ୍ ସଫିଦିନଙ୍କୁ ମଧ୍ୟ ମାରି ଥିଲା।
Comments are closed.