ଅଯୋଧ୍ୟା: ଦେଶ ବାସୀଙ୍କ ପାଇଁ ଚଳିତ ବର୍ଷର ଦୀପାବଳି ବହୁତ ଖାସ୍ । କାରଣ ଦୀର୍ଘ ୫୦୦ ବର୍ଷ ପରେ ବନବାସ ସାରି ଅଯୋଧ୍ୟା ଫେରିଛନ୍ତି ପ୍ରଭୁ ଶ୍ରୀ ରାମ । ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ କରି ଦୀପାବଳି ଉତ୍ସବ ପାଳନ କରାଯିବ। ଆଉ ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରା ରାଜ୍ୟ । ଏଥିପାଇଁ ଉତ୍ତରପ୍ରଦେଶ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଆଜି ରାମମନ୍ଦିରରେ ହେବ ଦୀପତ୍ସୋବ କାର୍ଯ୍ୟକ୍ରମ । ଦୀପାବଳି ପାଇଁ ସରଜୁ ନଦୀ କୂଳରେ ୨୮ଲକ୍ଷ ଦୀପ ଜଳାଯିବ ।
ତେବେ ପୂର୍ବରୁ ଅଯୋଧ୍ୟା ନଗରୀରେ ଦୀପୋତ୍ସବ ପାଳନ କରାଯାଉଥିଲା। କିନ୍ତୁ ରାମ ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ କରି ରାମଲାଲାଙ୍କ ପାଇଁ ଦୀପୋତ୍ସବ ପାଳନ କରାଯାଉଥିବାରୁ ଏହା ଏଥର ବିଶ୍ବ ରେକର୍ଡ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ଭଗବାନ ରାମଙ୍କ ଭକ୍ତମାନେ ଆସି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଲକ୍ଷ ଲକ୍ଷ ଲୋକ ଆଲୋକର ଏହି ମହା ପର୍ବକୁ ଦେଖିବେ ଏବଂ ଉପଭୋଗ କରିବେ । ସେପଟେ ସ୍ଥାନୀୟ ଶୀଳ୍ପ କୌଶଳକୁ ପ୍ରତ୍ସାହିତ କରିବା ପାଇଁ ଦୀପାବଳିରେ ଚାଇନା ଜିନିଷର ବର୍ଜନ ପାଇଁ ନିଷ୍ପତି ନେଇଛି ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ।
ଅନ୍ୟପଟେ ଦୀପୋତ୍ସବ କାର୍ଯ୍ୟକ୍ରଡ଼ ବେଳେ ସୁରକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ପ୍ରାୟ ୧୦ ହଜାର ପୋଲିସ କର୍ମୀ ଉକ୍ତ ସ୍ଥାନରେ ନିୟୋଜିତ ହୋଇଛନ୍ତି । ସେଥିରୁ ଅଧା ପୋଲିସ ସାଧା ପୋଷାକରେ ନିଜର କାର୍ଯ୍ୟ ତୁଲାଇବେ ବୋଲି ସୂଚନା ମିଳିଛି । ଦୀପାବଳୀ ଅବସରରେ ପ୍ରଭୁ ଶ୍ରୀ ରାମଲାଲା ଏବଂ ତାଙ୍କ ଭାଇମାନେ ନୂତନ ବସ୍ତ୍ର ପରିଧାନ କରିବେ । ତାଙ୍କ ବସ୍ତ୍ର ପାଇଁ ପ୍ରସିଦ୍ଧ ଫ୍ୟାସନ ଡିଜାଇନର ମନୀଷ ମହ୍ଲୋତ୍ରାଙ୍କୁ ଅର୍ଡର ଦିଆଯାଇଛି ।
ସୂଚନାଥାଉ ଯେ, ୨୦୧୯ରେ ସୁପ୍ରିମକୋର୍ଟ ବିବାଦୀୟ ଜମିରେ ମନ୍ଦିର ନିର୍ମାଣକୁ ଅନୁମତି ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ରାମଲାଲାଙ୍କ ଭବ୍ୟ ରାମମନ୍ଦିର କାର୍ଯ୍ୟ । ଚଳିତବର୍ଷ ଜାନୁଆରୀ ୨୨ ତାରିଖରେ ଗର୍ଭଗୃହରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଯାହାକୁ ନେଇ ପୁରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
Comments are closed.