Latest Odisha News

BREAKING NEWS

ସଲମାନଙ୍କୁ ପୁଣି ହତ୍ଯା ଧମକ; ୨ କୋଟି ଦିଅ, ନଚେତ୍… 

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ଯା ଧମକ ମିଳିଛି। ଧମକ ଅଭିନେତା 2 କୋଟି ଟଙ୍କା ମୁକ୍ତି ଦାବି କରିଛନ୍ତି। ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସକୁ ଏକ ମେସେଜ ପଠାଇଥିବା ବେଳେ ଅଭିନେତାଙ୍କ ଠାରୁ ୨କୋଟି ଟଙ୍କା ଦାବି କରିଛି।

ପୋଲିସର ସୂଚନା ଅନୁଯାୟୀ, ଯଦି ୨ କୋଟି ଟଙ୍କା ନ ମିଳେ ତେବେ ସଲମାନ ଖାନଙ୍କୁ ହତ୍ୟା କରାଯିବ। କିଏ ଏହି ଧମକ ଦେଇଛି ସେନେଇ ସ୍ପଷ୍ଟ ହୋଇନାହିଁ। ମୁମ୍ବାଇର ୱର୍ଲି ପୋଲିସ ଷ୍ଟେସନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଗତ କିଛି ମାସ ହେବ ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ କ୍ରମାଗତ ଭାବେ ହତ୍ଯା ଧମକ ମିଳୁଛି। କଳା ହରିଣ ଶିକାର ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଅଭିନେତାଙ୍କୁ ଅନେକ ଥର ହତ୍ଯା ଧମକ ମିଳିସାରିଛି। ଚଳିତ ବର୍ଷ କେହି ଦୁର୍ବୁତ୍ତ ସଲମାନ ଖାନଙ୍କ ଘରେ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ।

Comments are closed.