Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ: ୱାଙ୍ଖେଡରେ ମଧ୍ୟ ପ୍ରଥମ ଦିନରୁ ବଲ କରିବ ଟର୍ଣ୍ଣ

ମୁମ୍ବାଇ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ କ୍ରମାଗତ ୨ଟି ଟେଷ୍ଟ ହାରି ସିରିଜ ପରାଜୟବରଣ କରିଛି । ଏବେ ତୃତୀୟ ଟେଷ୍ଟ ମୁମ୍ବାଇର ୱାଙ୍ଖେଡରେ ଖେଳାଯିବ । ପେସ ଏବଂ ସ୍ପିନ ପିଚରେ ଫେଲ ମାରିଥିବା ଟିମ ଇଣ୍ଡିଆ ଏଥର କିପରି ନ୍ୟୁଜିଲାଣ୍ଡକୁ ସାମ୍ନା କରୁଛି ତାହା ଦେଖିବା କଥା । ମୁମ୍ବାଇରେ ପ୍ରଥମ ଦିନରୁ ବଲ ଟର୍ଣ୍ଣ କରିବ ବୋଲି ଇଣ୍ଡିଆନ ଏକ୍ସପ୍ରେସରେ ଏକ ରିପୋର୍ଟ ପ୍ରକାଶ ପାଇଛି । ପୁଣେରେ ଧୀମା ଟର୍ଣ୍ଣ କରୁଥିବା ପିଚ କରି ଭାରତ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଏଥର କିନ୍ତୁ ର‌୍ୟାଙ୍କ ଟର୍ଣ୍ଣର ପିଚ ପ୍ରସ୍ତୁତ କରାଯାଇଛି । ଏଠାରେ ବ୍ୟାଟିଂ କରିବା କଷ୍ଟକର ହେବ ବୋଲି ଅନୁମାନ କରାଯାଉଛି । ବଲ ଟର୍ଣ୍ଣ କରିବା ସହ ବାଉନ୍ସ ମଧ୍ୟ କରିବ ।

ଅସମାନ୍ୟ ବାଉନ୍ସ ବ୍ୟାଟ୍ସମ୍ୟାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହେବ । ଏହା ବ୍ୟତୀତ ସମୂଦ୍ର ପବନ ଯୋଗୁ ପେସ ବୋଲରଙ୍କୁ ମୁଭମେଂଟ ମିଳିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ପୁଣେରେ ଭାରତର ୨୦ ୱିକେଟରୁ ୧୯ଟି ନ୍ୟୁଜିଲାଣ୍ଡ ସ୍ପିନର ନେଇଥିଲେ । ମୁମ୍ବାଇରେ ଭାରତୀୟ ସ୍ପିନରଙ୍କ ପ୍ରାଧାନ୍ୟ ରହିବ ବୋଲି ଅନୁମାନ କରାଯାଉଛି । ରବିଚନ୍ଦ୍ରନ ଅଶ୍ୱୀନ ଏଠାରେ ୧୮.୪୨ ଆଭରେଜରେ ୩୮ ୱିକେଟ ଅକ୍ତିଆର କରିଛନ୍ତି । ରବୀନ୍ଦ୍ର ଜାଡେଜା ଏଠାରେ ଗୋଟିଏ ଟେଷ୍ଟ ଖେଳି ୬ଟି ୱିକେଟ ନେଇଥିଲେ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚରେ ଜିତିବା ଜରୁରୀ ହୋଇପଡିଛି ।

Comments are closed.