ବେଙ୍ଗାଲୁର: ଆଇପିଏଲ ୨୦୨୫ ସଂସ୍କରଣରେ ବିରାଟ କୋହଲି ପୂନର୍ବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ୨୦୨୨ରେ କୋହଲି ଅଧିନାୟକ ଦାୟିତ୍ୱରୁ ସ୍ୱତଃ ଓହରି ଯାଇଥିଲେ । ଏହା ପରେ ଫାପ ଡୁ ପ୍ଲେସି ଦଳର ନେତୃତ୍ୱ ନେଇଥିଲେ । ୨୦୦୮ରୁ ଆଜି ପର୍ଯ୍ୟନ୍ତ ବେଙ୍ଗାଲୁର ୩ ଥର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନାହିଁ । ରିପୋର୍ଟ ଅନୁସାରେ ଆରସିବି ରିଷଭ ପନ୍ତ ଓ ଶୁଭମନ ଗିଲଙ୍କୁ ଦଳରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଡୁ ପ୍ଲେସିଙ୍କୁ ଦଳ ରିଟେନ କରିବ ନାହିଁ ବୋଲି ଅନୁମାନ କରାଯାଉଛି ।
କୋହଲି ଆଇପିଏଲରେ ୮୦୦୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୮ ଶତକ ଓ ୫୫ ଅର୍ଦ୍ଧଶତକ ସାମିଲ । କୋହଲି ଆରମ୍ଭରୁ ଆରସିବି ଟିମ ସହିତ ରହିଛନ୍ତି । ତେବେ ଦଳ ଟାଇଟଲ ହାସଲ କରିପାରି ନ ଥିବାରୁ ଏହା ସର୍ବଦା କୋହଲି ବ୍ୟଥିତ କରିଥାଏ । ଆନ୍ତର୍ଜାତୀୟ ଟି୨୦ରୁ କୋହଲି ଅବସର ଘୋଷଣା କରିବା ପରେ ଏବେ ଆଇପିଏଲରେ କିପରି ପ୍ରଦର୍ଶନ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିବ । ଅନ୍ୟ ଏକ ରିପୋର୍ଟ ଅନୁସାରେ ରୋହିତ ଶର୍ମାଙ୍କୁ ଆରସିବି ଦଳରେ ନେବାକୁ ଚାହୁଁଛି । ଯଦି କୋହଲି ଅଧିନାୟକ ହେବାକୁ ମନା କରିବେ ତେବେ ଫ୍ରାଂଚାଇଜ ଏହ ରଣନୀତି ଆପଣାଇପାରେ ।