Latest Odisha News

ଅଣନିଶ୍ବାସୀ ଦିଲ୍ଲୀ: ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ୪୦୦ ପାର୍

ନୂଆଦିଲ୍ଲୀ: ଦୀପାବଳିରେ ଅଣନିଶ୍ବାସୀ ହୋଇପଡ଼ିଛି ଦିଲ୍ଲୀ । ଦିଲ୍ଲୀ-ଏନସିଆର୍ ଆକାଶ ଧୂଆଁ ଧୂଆଁ ହୋଇଯାଇଛି । ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି । ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୋଇଛି । ଆଜି ଦିଲ୍ଲୀ ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ୪୦୦ ପାର୍ କରିଛି । ବାୟୁ ମାନ ଅତି ଖରାପ ଯୋଗୁଁ ରେଡ୍‌ ଜୋନ୍‌ରେ ରହିଛି ୮ଟି ଷ୍ଟେସନ୍‌ । ସେପଟେ ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜଳିବାରୁ ପରିସ୍ଥିତି ଆହୁରି ଭୟଙ୍କର ହୋଇଛି ।

ଆଜି ସକାଳେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଜାହାଙ୍ଗୀରପୁରୀରେ ୪୧୭, ଲୋନିରେ ୩୭୭, ପୁଠଖୁର୍ଦରେ ୩୭୦, ଇହବାସରେ ୩୫୭, ମେଜର ଧାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ୩୫୬, ଆଲିପୁରରେ ୩୫୧, ଦ୍ୱାରକା ସେକ୍ଟରରେ ୩୪୭, ମାଲଭିଆ ନଗରରେ ୩୩୫, ଆନନ୍ଦ ବିହାରରେ ୩୩୧, କଟୱରିଆ ସରାୟରେ ୩୩୧, ଅଶୋକ ବିହାରରେ ୩୨୪, ବୱାନା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ୩୨୮, କନ୍ନାଟ୍ ପ୍ଲେସରେ ୩୨୯, ଗ୍ରେଟର କୈଳାଶରେ ୩୧୯, ଜିଟିବି ନଗରରେ ୩୨୨, ମୟୂର ବିହାରରେ ୩୨୨, ହରି ନଗରରେ ୩୧୬, ରୋହିଣୀରେ ୩୩୯ ସହିତ ସମସ୍ତ ସ୍ଥାନରେ ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି ।

ବାୟୁର ମାନ ଯେପରି ଅଧିକ ନ ବିଗିଡେ ସେଥିପ୍ରତି ସତର୍କ ନଜର ରଖାଯାଇଛି । ତେବେ ଦୀପାଳବୀରେ ବାଣ ଫୁଟାଇବା ମନା ଥିବା ବେଳେ ନିୟମ ଭାଙ୍ଗିଲେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଥିବା ସତ୍ତ୍ଵେ ମଧ୍ୟ ଦିଲ୍ଲୀରେ ନିୟମକୁ ଫୁ କରିଛନ୍ତି ରାଜ୍ୟ ବାସୀ ।

 

Comments are closed.