Latest Odisha News

ସୁଭଦ୍ରାକୁ ନେଇ ବଡ ଅପଡେଟ୍: ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ଆସିବ ଗାଇଡଲାଇନ

ଭୁବନେଶ୍ବର: ଖୁବ୍ ଶୀଘ୍ର ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଚଢିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାକି ଥିବା ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ମିଳିବ ।  ଖୁବ୍‌ ଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ ଦଫା ଟଙ୍କା ମିଳିବ । ଯେଉଁମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କ ପାଇଁ ନୂଆ ଗାଇଡଲାଇନ ଆସିବ । ବାଦ୍‌ ପଡିଥିବା ୨ ଲକ୍ଷ ୬୭ ହଜାର ମହିଳାଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ । ଆଜି ଅପରାହ୍ନରେ ବୈଠକ ବସି ଏନେଇ ରୂପରେଖ ପ୍ରସ୍ତୁତ ହେବା ପରେ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ତେବେ ଗତ ୧୭ ତାରିଖରେ ରାଜ୍ୟରେ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ହିଁ ଶୁଭାରମ୍ଭ ହୋଇଥିଲା । ପ୍ରଥମ କିସ୍ତିରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଯାଇଥିଲା ୫ ହଜାର । ଏବେ ସୁଦ୍ଧା ୧ କୋଟିରୁ  ଅଧିକ ମହିଳା ଆବେଦନ ଭରିବା ବେଳେ ମୋଟ ୬୦ ଲକ୍ଷ ମହିଳା ଏହିଥିରେ ସାମିଲ ହୋଇସାରିଲେଣି । ତେବେ ଏବେ ପର୍ଯ୍ୟନ୍ତ ମୋଟ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୬୦ ହଜାର ଯୋଗ୍ୟ ମହିଳାଙ୍କୁ ବହୁ ଚର୍ଚ୍ଚିତ ସୁଭଦ୍ରାର ପ୍ରଥମ କିସ୍ତି ୫୦୦୦ ହଜାର ଲେଖାଁଏ ମିଳିସାରିଛି । ଏବେ ପର୍ଯ୍ୟନ୍ତ କୋଟିଏରୁ ଅଧିକ ମହିଳା ଆବେଦନ କରିସାରିଲେଣି ।

ତେବେ ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ ସେମାନେ ଏହି ଯୋଜନାରେ ସାମିଲ ହେବେ । ଏଥିରେ ବର୍ଷକୁ ମୋଟ ଦୁଇଟି କିସ୍ତିରେ ୧୦,୦୦୦ ଲେଖାଏଁ ଟଙ୍କା ରାଜ୍ୟର ଯୋଗ୍ୟ ମହିଳାଙ୍କୁ ମିଳିବ । ଆସନ୍ତା ୫ ବର୍ଷରେ ଖାତାକୁ ଚଢିବ ୫୦ ହଜାର ।

Comments are closed.