Latest Odisha News

BREAKING NEWS

ଏଣିକି ହ୍ବାଟସଆପରେ ମିଳିବ ଟ୍ରାଫିକ ଚାଲାଣର ସମସ୍ତ ଅପଡେଟ

ନୂଆଦିଲ୍ଲୀ: ଟ୍ରାଫିକ୍ ଚାଲାଣ କାଟିବା ବା ଅପଡେଟ ଜାଣିବା ଏବେ ହେବ ଆହୁରି ସହଜ l ଏବେ ହ୍ବାଟସଆପ୍ ଜରିଆରେ ଆପଣଙ୍କ ଚାଲାଣର ସମସ୍ତ ସୂଚନା ଜାଣିପାରିବେ l କେବଳ ଏତିକି ନୁହେଁ, ହ୍ବାଟସଆପ୍ ମାଧ୍ୟମରେ ଆପଣ ପେମେଣ୍ଟ ମଧ୍ୟ କରିପାରିବେ। ଖୁବଶୀଘ୍ର ମିଳିବ ଏହି ସୁବିଧା l ରାଜଧାନୀ ଦିଲ୍ଲୀର ପରିବହନ ବିଭାଗ ଖୁବ୍ ଶୀଘ୍ର ଏହି ସୁବିଧା ଆରମ୍ଭ କରିବାକୁ ଯାଉଛି l

ନିକଟରେ ଦିଲ୍ଲୀ ସରକାର ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ବର୍ତ୍ତମାନ ହ୍ବାଟସଆପ୍ ମାଧ୍ୟମରେ ଇ-ଚାଲାଣ ପଠାଯିବ। ସେଥିରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରି ସେମାନେ ପେମେଣ୍ଟ ମଧ୍ୟ କରିପାରିବେ l ହ୍ବାଟସଆପରେ ପୂର୍ବରୁ ମଧ୍ୟ ପେମେଣ୍ଟ ସୁବିଧା ଉପଲବ୍ଧ ଅଛି l ସେଥିରୁ ଆପଣ ଯେ କୌଣସି ନମ୍ବରରେ ସହଜରେ ପେମେଣ୍ଟ କରିପାରିବେ l ଏହି ସେବା ସଂପୂର୍ଣ୍ଣ ମାଗଣା l

ଏପରି ପଦକ୍ଷେପ ଏଥିପାଇଁ ନିଆଯାଇଛି କାରଣ ଅନେକ ସମୟରେ ଯେକୌଣସି କାରଣରୁ ଲୋକଙ୍କ ପାଖରେ ଚାଲାଣ ସମ୍ବନ୍ଧୀୟ ମେସେଜ ପହଞ୍ଚିପାରେ ନାହିଁ l ଯଦ୍ୱାରା ସେମାନଙ୍କୁ ଚାଲାଣ ଭରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ବର୍ତ୍ତମାନ ହ୍ଵାଟସ୍ଆପ୍ ସିଷ୍ଟମରେ ସକ୍ରିୟ ହେବା ପରେ ତତକ୍ଷଣାତ୍ ଚାଲାଣ ଦେବା ସହଜ ହେବ। ଏହା ଦ୍ୱାରା ଟ୍ରାଫିକ ପୋଲିସ ଏବଂ ପରିବହନ ବିଭାଗକୁ ମଧ୍ୟ ବହୁତ ସୁବିଧା ମିଳିବ l ହ୍ଵାଟସ୍ଆପ୍ ଟ୍ରାଫିକ୍ ଚାଲାଣ ସିଷ୍ଟମ୍ ସକ୍ରିୟ ହେବା ପରେ, ଆପଣଙ୍କ ଫୋନରେ ଚାଲାଣ ସମ୍ବନ୍ଧୀୟ ସୂଚନା, ରିମାଇଣ୍ଡର, ଅପଡେଟ ଆଦି ସହଜରେ ମିଳିପାରିବ l ଏହା ବ୍ୟତୀତ, ଚାଲାଣ କାଟିବା ପରେ ଆପଣ ହ୍ଵାଟସ୍ଆପ୍ ମାଧ୍ୟମରେ ରସିଦ ମଧ୍ୟ ପାଇବେ l ତେବେ ଦିଲ୍ଲୀର ପରିବହନ ବିଭାଗ ଦ୍ୱାରା ଏହି ବ୍ୟବସ୍ଥା ଖୁବ ଶୀଘ୍ର ଲାଗୁ କରାଯିବ l

Leave A Reply

Your email address will not be published.