Latest Odisha News

ମହାରାଷ୍ଟ୍ର ବାଘୁଣୀ ପ୍ରେମରେ ଶିମିଳିପାଳର ରାଜା ଟି-୧୨

ବାରିପଦା: ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଯମୁନା ପ୍ରେମରେ ପଡିଛି ଶିମିଳିପାଳର ରାଜା ଟି-୧୨ । ଶିମିଳିପାଳର ଜଣାଶୁଣା ମହାବଳ ବାଘ ଟି-୧୨କୁ ଏବେ ପ୍ରେମ ହେଇଯାଇଛି । ଯମୁନାକୁ ଦେଖିବା ପାଇଁ ଖାସ୍ କରି ଅଧା ଜଙ୍ଗଲ ପାର୍ ହେଇ ଯମୁନାଗଡରେ ପହଞ୍ଚିଛି ଟି-୧୨ । ଯେତେବେଳେ ଦେଖିବ ଯମୁନାର ସ୍ଵତନ୍ତ୍ର ଏନକ୍ଲୋଜର ଚାରିପାଖେ ଚକ୍କର କାଟୁଛି ଟି-୧୨ । ସତେ ଯେପରି ଯମୁନାକୁ ତାର ପ୍ରେମ ନିବେଦନ ପାଇଁ ବ୍ୟାକୁଳ ହୋଇ ଉଠିଛି ।

୨ ବର୍ଷ ୭ ମାସ ବୟସ୍କା ବାଘୁଣୀ ଯମୁନା ପ୍ରେମରେ ଏବେ ପଡିଛି ୧୦ ବର୍ଷିୟା ବାଘ ଟି-୧୨ । ଲାଗୁଛି ଏଥର ଯମୁନାକୁ ନିଜ ସାଥି ବନେଇବ ‘ଟି-୧୨’ । ତେବେ କହିରଖୁଛୁ ଯେ, ଟି-୧୨ ହେଉଛି ଶିମିଳିପାଳର ମେଲାନିଷ୍ଟିକ୍‌ ପ୍ରଜାତିର ୧୦ ବର୍ଷିୟା ଏକ ମହାବଳ ବାଘ । ପୂର୍ବରୁ ଜଙ୍ଗଲର କିଛି ମାଈ ବାଘ ସହ ସହବାସ କରି କରିଛି । ଟି-୧୨ର ୮ଟି ଛୁଆ ମଧ୍ୟ ଅଛି । ତା’ର ସମସ୍ତ ଛୁଆ ମଧ୍ୟରୁ ଅଧିକାଂଶ ମେଲାନିଷ୍ଟିକ୍‌ ପ୍ରଜାତିର ହୋଇଥିବା ବେଳେ କିଛି ସାଧାରଣ ମହାବଳ ବାଘ ।

ସୂଚନାଯୋଗ୍ୟ, ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଶିମିଳିପାଳକୁ ଅଣାଯାଇଥିଲା। ତା ପରଦିନ ୨୯ ତାରିଖରେ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟର ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ଛଡା ଯାଇଥିଲା। ଗୋଟିଏ ହେକ୍ଟର ଜାଗାରେ ନିର୍ମିତ ଏନ୍‌କ୍ଲୋଜର ଭିତରେ ଘୂରି ବୁଲୁଛି । ଏବେ ନୂଆ ପରିବେଶରେ ଖାପ ଖୁଆଉଛି ଯମୁନା । ଗତ ୩୦ ତାରିଖରେ ଯମୁନା ଏନକ୍ଲୋଜର ଭିତରେ ଗୋଟେ ହରିଣ ଓ ଗୋଟେ ବାରହା ଛଡା ଯାଇଥିଲା । ଗତ ୩୧ ତାରିଖରେ ସେ ତାର ପ୍ରଥମ ଶିକାର କରିଥିଲା । ପ୍ରଥମେ ବାରହା ଶିକାର କରି ଖାଇଥିଲା ଯମୁନା । ଯାହାର ଦୃଶ୍ୟ ଏନକ୍ଲୋଜରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି । ଖାଇବା ପରେ ପାଣି ମଧ୍ୟ ପିଇଥିଲା ଯମୁନା।

Leave A Reply

Your email address will not be published.