Latest Odisha News

ମୋଦିଙ୍କୁ କଡା ଜବାବ ଦେଲେ ଖଡଗେ; କହିଲେ, ‘ବିଜେପିର ଅର୍ଥ ବିଶ୍ବାସଘାତକତା ଏବଂ ଜୁମଲା’

ନୂଆଦିଲ୍ଲୀ: ଖଡଗେଙ୍କ ଗ୍ୟାରେଣ୍ଟି ବୟାନ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ପରେ ବିଜେପି ଆଉ କଂଗ୍ରେସ ଭିତରେ ତେଜିଛି ବାକ୍ ଯୁଦ୍ଧ । କର୍ଣ୍ଣାଟକ ନିର୍ବାଚନରେ ପ୍ରତିଶ୍ରୁତିକୁ ନେଇ ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କଂଗ୍ରେସକୁ ତାତ୍ସଲ୍ୟ କରି କହିବା ପରେ ଏହାର କଡା ଜବାବ ରଖିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ବିଜେପି ଲୋକଙ୍କୁ ବାଟବଣା କରୁଛି । ବିଜେପୀର ୧୦୦ ଦିନର ପ୍ରତିଶ୍ରୁତି, ଗୋଟିଏ ଶସ୍ତା ପିଆର୍ ଷ୍ଟଣ୍ଟ ବୋଲି କହିଛନ୍ତି ଖଡଗେ ।

ତେବେ କଂଗ୍ରେସ ସଭାପତି ଖଡଗେ କର୍ଣ୍ଣାଟକ ନିର୍ବାଚନରେ ବିଭିନ୍ନ ପ୍ରତିଶ୍ରୁତି ନେଇ ନିଜ ନେତାଙ୍କ ଉପରେ ବର୍ଷିଥିଲେ । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନିର୍ବାଚନ ପ୍ରତିଶ୍ରୁତି ଗୁଡିକୁ ପୁଣି ଥରେ ରିଭ୍ୟୁ କରାଯିବ ବୋଲି ପରାମର୍ଶ ଦେବା ପରେ ଏହାକୁ ସେ କହିଥିଲେ, ଯେତିକି ଦେଇପାରିବ, ସେତିକି କୁହ । ଦଳକୁ ଦେବାଳିଆ କରିବା ନିର୍ବାଚନ ପ୍ରତିଶ୍ରୁତିର ଆଧାର ନୁହେଁ । ଯାହାକୁ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ କଂଗ୍ରେସକୁ ତାତ୍ସଲ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦି ଲେଖିଥିଲେ, କଂଗ୍ରେସ ଧିରେ ଧିରେ ବୁଝି ପାରୁଛି ଯେ ଅବସ୍ତାବ ପ୍ରତିଶ୍ରୁତି ଦେଇଦେବା ସହଜ, ହେଲେ ତାକୁ ବାସ୍ତବରେ ପୂରଣ କରିବା କାଠିକାର ପାଠ ଏବଂ ଅସମ୍ଭବ । ଖାଲି ରାଲି ଉପରେ ରାଲି କରି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛି କଂଗ୍ରେସ, ହେଲେ ଏକଥା ବି ଜାଣିଛି ଯେ ସେମାନେ କେବେବି ସେଗୁଡିକୁ ପୂରଣ କରିପାରିବେ ନାହିଁ । ଏବେ ସେମାନଙ୍କ ମୁଖା ଲୋକଙ୍କ ଆଗରେ ଖୋଲି ଯାଇଛି ବୋଲି ମୋଦି କହିଥିଲେ ।

ଯାହାକୁ ରିଟ୍ବିଟ୍ କରି ଖଡଗେ ଲେଖିଛନ୍ତି, ମିଥ୍ୟା, ପ୍ରତାରଣା, ଜାଲିଆତି, ଲୁଟ୍ ଏବଂ ପ୍ରଚାର କେନ୍ଦ୍ରରେ ଏନଡିଏ ସରକାରଙ୍କ ବୈଶିଷ୍ଟ୍ୟକୁ ବ୍ୟାଖ୍ୟା କରେ । ଏନଡିଏ ସରକାରଙ୍କ ୧୦୦ ଦିନର ପ୍ରତିଶ୍ରୁତି ଏକ ଶସ୍ତା ପିଆର ଷ୍ଟଣ୍ଟ ବୋଲି କହିଛନ୍ତି ଖଡଗେ । ବିଜେପିରେ ବି ଏବଂ ଜେର ଅର୍ଥ ହେଉଛି ବିଶ୍ବାସଘାତକତା ଏବଂ ଜୁମଲା ସରକାର । ଏଥିସହିତ ସେ ଅଭିଯୋଗ ମଧ୍ୟ କରିଛନ୍ତି ଯେ, କ୍ଷମତାକୁ ଆସିବା ପରେ ବିଜେପି କଥା ଦେଇ କଥା ରଖିନାହିଁ । ବିଜେପି ପ୍ରତିଶ୍ରୁତି ଦେଇ ୭ ଥର ପଛଘୁଞ୍ଚା ଦେଇଛି । ଭଲ ଦିନ, ୨ କୋଟି ନିଯୁକ୍ତି, ବିକଶିତ ଭାରତ ଭଳି ପ୍ରସଙ୍ଗ ନେଇ ବିଜେପି ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଖଡଗେ । ଏସବୁ ମୋଦି ଗ୍ୟାରେଣ୍ଟି ପୂରଣ କରିବାରେ ଫେଲ୍ ମାରିଛନ୍ତି କେନ୍ଦ୍ର ସରକାର । ମୋଦି ଗ୍ୟାରେଣ୍ଟି ୧୪୦ କୋଟି ଭାରତୀୟଙ୍କ ପ୍ରତି ଏକ ନିଷ୍ଠୁର ପରିହାସ ବୋଲି କଟାକ୍ଷ କରିଛନ୍ତି ଖଡଗେ ।

Comments are closed.