Latest Odisha News

BREAKING NEWS

ଜୁନିଅରଙ୍କୁ ରାଗିଂ ଅଭିଯୋଗରେ ଏମକେସିଜି ମେଡିକାଲର ୫ ଛାତ୍ର ବହିଷ୍କୃତ

ବ୍ରହ୍ମପୁର: ଜୁନିଅର ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗରେ ବ୍ରହ୍ମପୁର ସହରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ପାଞ୍ଚ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଛି।

ମେଡିକାଲ କଲେଜର ଡିନ୍ ସୁଚିତ୍ରା ଦାଶଙ୍କ ଅନୁଯାୟୀ, ଆଣ୍ଟି ରାଗିଂ କମିଟି ଦ୍ୱାରା ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ବରିଷ୍ଠ ଛାତ୍ରମାନଙ୍କୁ ହଷ୍ଟେଲରୁ ବହିଷ୍କାର କରିବାର ନିଷ୍ପତ୍ତି ହୋଇଛି।

ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯିବା ବ୍ୟତୀତ ମେଡିକାଲ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଦିଆଯାଇଥିବା ଛାତ୍ରବୃତ୍ତି, ଫେଲୋସିପ୍ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ଯ ସେମାନଙ୍କୁ ମିଳିବ ନାହିଁ।

ଏହାପୂର୍ବରୁ ଏହି ପାଞ୍ଚଜଣଙ୍କୁ ୬ ମାସ ଯାଏଁ ମେଡିକାଲ କ୍ୟାମ୍ପସରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।

ତେବେ ଅତୀତରେ ମଧ୍ଯ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରାଗିଂ ହେଉଥିବା ନେଇ ଅଭିଯୋଗ ହୋଇଥିଲା।

Comments are closed.