କେନ୍ଦ୍ରାପଡା: ଗ୍ୟାସ ଟାଙ୍କି ଫାଟି ଜଳିଗଲା ଦୁଇ ବଖରା ଆଜବେଷ୍ଟ ଘର। ବଡ଼ଧରଣର ଅଘଟଣରୁ ଅଳ୍ପକେ ବଞ୍ଚିଲେ ଦୁଇ ପରିବାର। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ନାଟରା ଗାଁରେ ଘଟିଛି ବଡ ଅଘଟଣ। ସୂଚନା ଅନୁସାରେ, ଗାଁର ସମର ଦାସଙ୍କ ଘରେ ସଂଧ୍ୟାରେ ଚା କରୁଥିବାବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ନିଆଁ ସବୁଆଡେ ବ୍ୟାପି ଯାଇଥିଲା। ଗ୍ୟାସ ଟାଙ୍କି ଜଳୁଥିବା ଦେଖି ପରିବାର ଲୋକେ ଘର ବାହାରକୁ ଚାଲିଆସିବାର କିଛି ସମୟ ମଧ୍ୟରେ ଘରେ ଥିବା ୨ଟି ଗ୍ୟାସ ଟାଙ୍କି ଫାଟିଯାଇଥିଲା। ଫଳରେ ଘରେ ଥିବା ସମସ୍ତ ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଛି। ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେହି ଦୁର୍ଘଟଣାଗସ୍ତ ହୋଇ ନଥିବା ଜାଣିବାକୁ ମିଳିଛି।
BREAKING NEWS
- ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ବିନା ଭିସାରେ ୩୦ ଦିନ ବୁଲିପାରିବେ ଏହି ଦେଶ…
- ଗିରଫ ଡିଏଲଓ ଆକାଶ ବିସୋଇଙ୍କ ଘରେ ଚଢ଼ାଉ, ୭.୨୯ ଲକ୍ଷ ନଗଦ ଜବତ
- ଦୁଇ ଦିନ ଧରି ଚାଲିବ ରତ୍ନ ଭଣ୍ଡାର ଗଣତିମଣତି
- ନେପାଳରେ ପ୍ରଳୟଙ୍କାରୀ ବନ୍ୟା, ମୃତ୍ୟୁ ସଂଖ୍ୟା ୯୦୦କୁ ବୃଦ୍ଧି
- ୟୁରିଆ ସାର ଖାଇ ୧୫ ଛେଳି ମୃତ
- ଡାକ୍ତରଖାନାରୁ ଶିଶୁ ଚୋରି ଘଟଣା: ସାଢ଼େ ୫ ଘଣ୍ଟା ପରେ ଧରାପଡିଲା ଅଭିଯୁକ୍ତ
- ଥିରୁବନନ୍ତପୁରମର ହସ୍ପିଟାଲରେ ଓଡ଼ିଶାର ଆଇପିଏସ୍ ଅଧିକାରୀ ଶଫିନ୍ ଅହମ୍ମଦ କେ ଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…
- ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର
- କମେଡିଆନ୍ ସମୟ ରୈନା ପୁଣି ବିବାଦରେ: ଷ୍ଟାଣ୍ଡଅପ୍ କମେଡିରେ ‘ବିହାରୀ’ ଜୋକ୍ସକୁ ନେଇ କ’ଣ କହିଲେ ମନୋଜ ବାଜପେୟୀ?
- ଭାରତ ପାଇଁ ବଢିପାରେ ଚିନ୍ତା: ସାଉଦି-ତୁର୍କୀ-ପାକିସ୍ତାନର ‘ମକ୍କା ଡିଫେନ୍ସ ପ୍ୟାକ୍ଟ’ରେ ସାମିଲ ହୋଇପାରେ ବାଂଲାଦେଶ

Comments are closed.