Latest Odisha News

ଜାଣନ୍ତି କି ଦୁନିଆରେ ପ୍ରଥମେ ଗୁପ୍‌ଚୁପ୍‌ କିଏ ତିଆରି କରିଥିଲେ…

ଆପଣ ଭାରତର ଯେଉଁ ସହରରେ ରୁହନ୍ତୁ ନା କାହିଁକି, ଆପଣ ନିଶ୍ଚିତ ଭାବରେ ସେଠାରେ ଗୁପ୍‌ଚୁପ୍ ପାଇବେ। ଏହା ଆପଣଙ୍କ ସହରରେ ଏକ ଭିନ୍ନ ନାମରେ ପରିଚିତ। କିନ୍ତୁ ଗୁପ୍‌ଚୁପ୍ ନିଶ୍ଚିତ ଭାବରେ ବିକ୍ରି ହୁଏ। ଭାରତରେ କିଛି ଲୋକ ଗୁପ୍‌ଚୁପ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ଉତ୍ତର ଭାରତରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଗୁପ୍‌ଚୁପ୍‌ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କେଉଁଠି ଏହାକୁ ଗୁପ୍‌ଚୁପ୍‌ ତ ଆଉ କେଉଁଠି ପୁଚ୍‌କା, ଆଉ କେଉଁଠି ପାନିପୁରୀ ବି କୁହାଯାଏ। ଏହା ସୁସ୍ବାଦୁ ଷ୍ଟ୍ରିଟ୍‌ ଫୁଡ୍‌ ଭାବରେ ପରିଗଣିତ। ମାତ୍ର ଏହି ଗୁପ୍‌ଚୁପ୍‌ର ଇତିହାସ ଜାଣନ୍ତି କି? ଏହାର ଆରମ୍ଭ କେଉଁଠୁ ଏବଂ କେବେ ହୋଇଥିଲା ଜାଣନ୍ତି କି ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଗୁପ୍‌ଚୁପ୍‌ର ଇତିହାସ-

ଆଭାରତର ଅନେକ ସ୍ଥାନରେ ଗୁପ୍‌ଚୁପ୍‌ ତିଆରି କରାଯାଏ। ଏଥିରେ ମଇଦା, ସୁଜି ଏବଂ ଅଟା ବ୍ୟବହାର କରାଯାଏ। ଏହା ଭିତରେ ଆଳୁ, ମଟର, ବାଦାମର ଷ୍ଟଫ୍‌ ଦିଆଯାଏ। ଶେଷରେ ଏଥିରେ ଖଟାପାଣି ଭର୍ତ୍ତି କରି ଖିଆଯାଏ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଯେତେବେଳେ କେହି ପ୍ରଥମ ଥର ପାଇଁ ଗୁପ୍‌ଚୁପ୍ ତିଆରି କରିଥିଲେ, ସେମାନେ ଏହିପରି ତିଆରି କରିଥିଲେ ନା ସେମାନେ ଅଲଗା କିଛି କରିଥିଲେ? ଯଦି ଆମେ ପ୍ରଥମ ଗୁପ୍‌ଚୁପ୍ ତିଆରି ହେବା ବିଷୟରେ କହିବା, ଏହାର ମୂଳ ମହାଭାରତ ସମୟକୁ ନେଇଯିବ। ଯଦିଓ, ଏଥିପାଇଁ କୌଣସି ଠୋସ୍ ପ୍ରମାଣ ନାହିଁ, କିନ୍ତୁ କୁହାଯାଏ ଯେ ଏହା ପ୍ରଥମ ଥର ଦ୍ରୌପଦୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ପୌରାଣିକ କାହାଣୀ ଅନୁଯାୟୀ, ଯେତେବେଳେ ଦ୍ରୌପଦୀ ବିବାହ ପରେ ତାଙ୍କ ଶାଶୁଙ୍କ ଘରକୁ ଆସିଥିଲେ, ସେତେବେଳେ ତାଙ୍କ ଶାଶୁ କୁନ୍ତୀ ତାଙ୍କୁ ପରୀକ୍ଷା କରିବା ପାଇଁ ଏକ କାର୍ଯ୍ୟ ଦେଇଥିଲେ। ଗୁପ୍‌ଚୁପ୍‌ ଆଜି ନୁହେଁ, ବହୁ ବର୍ଷର ପୁରୁଣା। କୁହାଯାଏ, ଗୁପ୍‌ଚୁପ୍‌ ପ୍ରଥମେ ଦ୍ରୌପଦୀଙ୍କ ଦ୍ୱାରା ପାଣ୍ଡବଙ୍କୁ ଖାଇବାକୁ ଦିଆଯାଇଥିଲା। ଯେତେବେଳେ ପାଣ୍ଡବମାନେ ନିର୍ବାସନରେ ଥିଲେ ଘରେ ବହୁତ କମ୍‌ ଖାଦ୍ୟ ଥିଲା। ଏଭଳି ପରିସ୍ଥିତିରେ କୁନ୍ତି ବୋହୂର ଘର ଚଳାଇବା ଦକ୍ଷତାକୁ ପରୀକ୍ଷା କରିବା ପାଇଁ ତାଙ୍କୁ କିଛି ପନିପରିବା ଦେଇଥିଲେ। ଏପରି ପରିସ୍ଥିତିରେ ଦ୍ରୌପଦୀ ଗୁପ୍‌ଚୁପ୍‌ ତିଆରି କରି ପାଣ୍ଡବଙ୍କୁ ପେଟ ଭରି ଖାଇବାକୁ ଦେଇଥିଲେ।

ମଗଧ ଅବଧି ସହିତ ଗୁପ୍‌ଚୁପ୍ ଜଡିତ-

ମହାଭାରତ ବ୍ୟତୀତ, କିଛି ଲୋକ ଗୁପ୍‌ଚୁପ୍ ମଗଧ କାଳ ସହିତ ଜଡିତ କରନ୍ତି। କୁହାଯାଏ ଯେ ଗୁପ୍‌ଚୁପ୍‌କୁ ପ୍ରଥମେ ମଗଧରେ ଫୁଲକି କୁହାଯାଉଥିଲା। ଉତ୍ତରପ୍ରଦେଶ, ବିହାର ଏବଂ ଅନେକ ରାଜ୍ୟରେ ଗୁପ୍‌ଚୁପ୍‌କୁ ଫୁଲକି କୁହାଯାଏ। ତେବେ ମଗଧରେ ପ୍ରଥମ ଥର ପାଇଁ କିଏ ତିଆରି କରିଛି ସେ ସମ୍ପର୍କରେ କୌଣସି ସୂଚନା ନାହିଁ। କିନ୍ତୁ, ଏହା ପଛରେ ଦିଆଯାଇଥିବା ଯୁକ୍ତି ହେଉଛି ମଗଧରେ ବ୍ୟବହୃତ ଗୁପ୍‌ଚୁପ୍‌ରେ ଯେଉଁ ଲଙ୍କା ଗୁଣ୍ଡ ଏବଂ ଆଳୁ ଚକଟା ୩୦୦ ରୁ ୪୦୦ ବର୍ଷ ପୂର୍ବେ ଭାରତ ଆସିଥିଲା। ଗୁପ୍‌ଚୁପ୍ ପାଇଁ ଏହି ଦୁଇଟି ଜିନିଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.