Latest Odisha News

BREAKING NEWS

ଚିକିତ୍ସାରେ ଅବହେଳା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର କୋଣ ଅନୁକୋଣରୁ ଶତାଧିକ ରୋଗୀ ପ୍ରତିଦିନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନ୍ୟୁରୋଲୋଜି ବିଭାଗକୁ ଉତ୍ତମ ଚିକିତ୍ସାସେବା ପାଇବା ପାଇଁ ଆସୁଛନ୍ତି। ହେଲେ ନ୍ୟୁରୋଲୋଜି ବିଭାଗ ଆଉଟ୍‌ଡୋରରେ ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ନ ଦିଆଯିବା ଖବର  ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସେ ସମ୍ପର୍କରେ ତୁରନ୍ତ ଅନୁସନ୍ଧାନ କରିଥିବା ଜଣା ଯାଇଛି।
ବିଭାଗ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ନ୍ୟୁରୋଲୋଜି ବିଭାଗରେ କାର୍ଯ୍ୟରତ ସହକାରୀ ପ୍ରଫେସର ଡାକ୍ତର ପୀତାମ୍ବର ବେହୁରିଆଙ୍କ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଡେପୁଟେସନ୍‌କୁ ରଦ୍ଦ କରିଛି। ରାଜ୍ୟବାସୀଙ୍କୁ ଗୁଣାତ୍ମକ ଚିକିତ୍ସାସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ରୋଗୀମାନଙ୍କୁ ଯଦି କୌଣସି ଚିକିତ୍ସକ ବା କର୍ମଚାରୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅବହେଳା କରନ୍ତି, ତା’ ହେଲେ ସଂପୃକ୍ତ ଚିକିତ୍ସକ ବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚେତାବନୀ ଦେଇଛି।

Comments are closed.