ଜେଦାହ: ସାଉଦିଆରବର ଜେଦାହରେ ଆଇପିଏଲ ୨୦୨୫ର ମେଗା ନିଲାମ ୨୪ ଓ ୨୫ ନଭେମ୍ବରରେ ଆୟୋଜିତ ହେବ । ୧୫୭୪ ଖେଳାଳିଙ୍କ ନାମ ପଂଜୀକରଣ କରାଯାଇଛି । ରିଷଭ ପନ୍ତ, କେଏଲ ରାହୁଲ ଓ ମିଚେଲ ଷ୍ଟାର୍କଙ୍କ ପରି ଖେଳାଳିଙ୍କ ସର୍ବୋଚ୍ଚ ବେସ ପ୍ରାଇସରେ ସାମିଲ କରାଯାଇଛି । ରବିଚନ୍ଦ୍ରନ ଅଶ୍ୱୀନ, ମହମ୍ମଦ ସାମୀ ଓ ୟୁଜଭେନ୍ଦ୍ର ଚହଲ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସର୍ବାଧିକ ୨ କୋଟି ବେସ ପ୍ରାଇସରେ ସାମିଲ ହୋଇଥିବା ଅନ୍ୟ ଭାରତୀୟ ଖେଳାଳିମାନେ ହେଲେ ଖଲୀଲ ଅହମ୍ମଦ, ଦୀପକ ଚହର, ଭେଙ୍କେଟେଶ ଆୟାର, ଆଭେଶ ଖାଁ, ଈଶାନ କିଶାନ, ମୁକେଶ କୁମାର, ଭୁବନେଶ୍ୱର କୁମାର, ପ୍ରସିଦ୍ଧ କ୍ରିଷ୍ଣା, ଟି.ନଟରାଜନ, ଦେବଦତ ପାଡିକଲ, କୃଣାଳ ପାଣ୍ଡ୍ୟା, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ଓ ଉମେଶ ଯାଦବ ।
ଗତ ସଂସ୍କରଣର ସବୁଠାରୁ ଦାମୀ ଖେଳାଳି ଷ୍ଟାର୍କ (୨୪.୫୦ କୋଟି) ପୂନର୍ବାର ନିଲାମରେ ଅବତୀର୍ଣ୍ଣ ହେବେ । ଇଂଲଣ୍ଡର ପେସ ବୋଲର ଜୋଫ୍ରା ଆର୍ଚ୍ଚର ମଧ୍ୟ ସର୍ବୋଚ୍ଚ ବେସ ପ୍ରାଇସରେ ସାମିଲ ହୋଇଛନ୍ତି । ଜେମ୍ସ ଆଣ୍ଡରସନ ୧.୨୫ କୋଟି ବେସ ପ୍ରାଇସରେ ଉପଲବ୍ଧ ରହିଥିବା ଜଣାଇଛନ୍ତି । ୧୧୬୫ ଭାରତୀୟ, ୪୦୯ ଆନ୍ତର୍ଜାତୀୟ ଖେଳାଳି ଓ ୩୦ ସହଯୋଗୀ ରାଷ୍ଟ୍ରର ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ୯୧ ଜଣ ଖେଳାଳି ରେଜିଷ୍ଟର କରିଛନ୍ତି ।