ଭୁବନେଶ୍ବର: ଏଣିକି ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ । ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ । ଏହା ଦ୍ବାରା ‘ଜଷ୍ଟିସ୍ ଆଟ ଡୋର ଷ୍ଟେପ୍’ ପଦକ୍ଷେପରେ ଏହା ପ୍ରମୁଖ ଭୂମିକା ନେବ ବୋଲି କହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିସହିତ ଏନେଇ ୬ଟି ଗ୍ରାମ୍ୟ ନ୍ୟାୟାଳୟ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଭଳି ହେବା ଦ୍ବାରା ନ୍ୟାୟିକ ବ୍ୟବସ୍ଥା ଉପରେ ଅଧିକ ଭାର ପଡିବ ନାହିଁ । ତୃଣ ମୂଳ ସ୍ତରରରେ ଘଟଣାର ସମାଧାନ ହୋଇପାରିଲେ ଲୋକଙ୍କୁ ତ୍ବରିତ ନ୍ୟାୟ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଆଜି ଭୁବନେଶ୍ଵରରେ ଆଇନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଜାଗୃତିକରଣ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ଆଇନ ସମ୍ପର୍କରେ ରାଜ୍ୟବାସୀଙ୍କୁ ସଚେତନ କରାଇବା ସହ ନୂଆ ଆଇନ ବିଏନଏସ ଏବଂ ବିଏନଏସଏସ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ ରହିବେ ଦରକାର ବୋଲି ମତ ଦେଇଥିଲେ । ଏଥିସହିତ ଲୋକଙ୍କୁ କିପରି ତ୍ଵରିତ ନ୍ୟାୟ ମିଳିବ ସେ ଦିଗରେ ପଦକ୍ଷେପ ନିଆଯିବ। ସେଥିଲାଗି ପ୍ରତି ବ୍ଲକରେ ନ୍ୟାୟାଳୟ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ତ୍ବରିତ ନ୍ୟାୟ ଦେବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ଏଣିକି ଏପଆଇଆର କିମ୍ବା ପୋଲିସ୍ କମ୍ପ୍ଲେନ୍ କରିବା ପାଇଁ ବ୍ୟକ୍ତଗତ ଭାବେ ଥାନାକୁ ଯିବାକୁ ପଡିବନି । ଏଥିସହିତ ପୋଲିସମାନେ ମଧ୍ୟ ମାମାଲା ରୁଜ୍ଜୁ କରିବା ପାଇଁ ବାଧ୍ୟ । ସେମାନେ ଜିରୋ ଏଫଆଇଆର ଭାବେ ଏହାକୁ ରୁଜ୍ଜୁ କରି ପରବର୍ତ୍ତୀ ଥାନାକୁ ଏହା ହସ୍ତାନ୍ତର କରିପାରିବେ । ଏଥିସହିତ ୧୫ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି କିମ୍ବା ଶାରୀରିକ ମାନସିକ ଭିନ୍ନକ୍ଷମ ବ୍ୟକ୍ତି କିମ୍ବା ମହିଳାଙ୍କୁ ଯଦି ଅତ୍ୟନ୍ତ ଆବଶ୍ୟକ ନପଡେ ତାହାଲେ ସେମାନେ ମଧ୍ୟ ଥାନାକୁ ଯିବା ଆବଶ୍ୟକ ନାହିଁ । ପୋସ୍କୋ ଧାରା ଦ୍ବାରା ପଞ୍ଜିକୃତ ମାମଲା ୬୦ ଦିନ ଅର୍ଥାତ୍ ୨ ମାସ ଭିତରେ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
Comments are closed.