Latest Odisha News

BREAKING NEWS

ଜେଲରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଲରେନ୍ସ, କିଏ ଦେଉଛି ଟଙ୍କା?

ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ପରଠାରୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ନାମ ଚର୍ଚ୍ଚାରେ ରହିଆସୁଛି । ଅପରାଧ ଦୁନିଆରେ ଲରେନ୍ସ ବିଷ୍ଣୋଇ ନିଜର ଏକ ସ୍ବତନ୍ତ୍ର ନାଁ କରିଛି । ଯଦିଓ ସେ ବର୍ତ୍ତମାନ ଜେଲରେ ଅଛି, ତଥାପି ସେ ମହଙ୍ଗା ପୋଷାକ ଏବଂ ଜୋତା ପିନ୍ଧୁଛି । ସେ ଜେଲରେ ରହିବା ପରେ ମଧ୍ୟ ତାଙ୍କ ପରିବାର ତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ନିକଟରେ ଲରେନ୍ସ ବିଷ୍ଣୋଇର ସମ୍ପର୍କୀୟ ଭାଇ ରମେଶ ବିଷ୍ଣୋଇ ପ୍ରକାଶ କରିଛନ୍ତି ଯେ ଜେଲରେ ରହିବା ପରେ ମଧ୍ୟ ତାଙ୍କ ପରିବାର ପ୍ରତିବର୍ଷ ୩୫ ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଦୈନିକ ଗାର୍ଡିଆନ୍ ରିପୋର୍ଟ ଅନୁଯାୟୀ, ୫୦ ବର୍ଷୀୟ ରମେଶ ବିଷ୍ଣୋଇ ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ସେ ଅପରାଧୀ ହେବେ ବୋଲି ପରିବାର କେବେ ଭାବି ନଥିଲେ ।

ରିପୋର୍ଟ ଅନୁଯାୟୀ, ରମେଶ ବିଷ୍ଣୋଇ କହିଛନ୍ତି, “ଆମେ ଧନୀ ପରିବାରର । ଲରେନ୍ସଙ୍କ ପିତା ହରିୟାଣା ପୋଲିସର ଜଣେ କନଷ୍ଟେବଳ ଥିଲେ ଏବଂ ଗାଁରେ ୧୧୦ ଏକର ଜମି ଅଛି । ଲରେନ୍ସ ସବୁବେଳେ ମହଙ୍ଗା ପୋଷାକ ଏବଂ ଜୋତା ପିନ୍ଧିବାକୁ ପସନ୍ଦ କରେ । ବର୍ତ୍ତମାନ ମଧ୍ୟ ପରିବାର ଲୋକେ ତା ପାଇଁ ଜେଲରେ ୩୫ ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ତେବେ ବଲିଉଡ ସୁପରଷ୍ଟାର ବାବା ସିଦ୍ଦିକିଙ୍କ ହତ୍ୟାର ଦୋଷ ନିଜମୁଣ୍ଡକୁ ନେଇଛି ଲରେନ୍ସ ବିଷ୍ଣୋଇ । ସଲମାନ ଖାନଙ୍କ ନିକଟତରତା ହେତୁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଦାବି କରି ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଲରେନ୍ସ ବିଷ୍ଣୁ ଦାୟୀ କରିଛନ୍ତି । ତେବେ ବର୍ତ୍ତମାନ ଏହି ହତ୍ୟାରେ ଲରେନ୍ସଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ ଲରେନ୍ସଙ୍କ ପିତା ଲଖବୀର ସିଂ ବିଷ୍ଣୋଇ ହରିୟାଣା ପୋଲିସର ଜଣେ କନଷ୍ଟେବଳ ଥିଲେ । ତାଙ୍କ ମାଆ ମମତା ବିଷ୍ଣୋଇ ଜଣେ ଶିକ୍ଷିତ ଗୃହିଣୀ । ଏହା ବ୍ୟତୀତ ତାଙ୍କର ଏକ ଭାଇ ମଧ୍ୟ ଅଛନ୍ତି ଯାହାର ନାମ ଅନମୋଲ ବିଷ୍ଣୋଇ । ସେ ଅପରାଧ ଦୁନିଆରେ ମଧ୍ୟ ସକ୍ରିୟ ଅଛନ୍ତି ଏବଂ ନିଜର ସ୍ଥାନ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ସିଦ୍ଧୁ ମୁସେବାଲାଙ୍କ ହତ୍ୟାରେ ଅନମୋଲଙ୍କ ନାମ ଆସିଥିଲା । ତାଙ୍କର ଏକ ସମ୍ପର୍କୀୟ ଭାଇ ରାକେଶ ବିଷ୍ଣୋଇ ମଧ୍ୟ ଅଛନ୍ତି । ଯିଏ ଏହି ଅପରାଧ ଜଗତରୁ ଦୂରରେ ଅଛନ୍ତି ।

Comments are closed.