ଭୁବନେଶ୍ବର: ରାଜ୍ୟରେ ପୁଣି ଏକ ଲଭ୍ ଜିହାଦ୍ ମାମଲା ସାମ୍ନାକୁ ଆସିଛି । ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କର ଜାଲ ବୁଣିଥିଲା କଶ୍ମୀର ଯୁବକ । ଯୁବତୀଙ୍କୁ କଶ୍ମୀର ନେବା ପାଇଁ ଭୁବନେଶ୍ବରରେ ଆସି ପହଞ୍ଜିଥିଲା । ହେଲେ ଧରିପକାଇଥିଲା ଭୁବନେଶ୍ବର ପୋଲିସ୍ । ବର୍ତ୍ତମାନ ଅଭିଯୁକ୍ତ କଶ୍ମୀର ଯୁବକଙ୍କୁ ମହିଳା ଥାନାରେ ଅଟକ ରଖାଯାଇଛି ।
ତେବେ ୨୦୨୨ରୁ ଅନ୍ଲାଇନ୍ ଗେମ୍ରୁ ହିନ୍ଦୁ ଯୁବତୀଙ୍କ ସହ କଶ୍ମରୀ ଯୁବକ ସମୀର ମନସୁରର ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିବା ପରେ ପରସ୍ପରକୁ ନିଜର ନମ୍ବର ଦେଇଥିଲେ । ପରେ ନମ୍ବର ଯୋଗେ ଉଭୟ ସଂପର୍କରେ ଥିବା ବେଳେ ଏହାରି ଭିତରେ ୨ରୁ ୩ ଥର ଯୁବତୀଙ୍କୁ ଦେଖା କରିବା ପାଇଁ ସମୀର ଭୁବନେଶ୍ବର ମଧ୍ୟ ଆସିଛି । ହେଲେ ସମୀର ଯୁବତୀଙ୍କ ଠାରୁ ତାଙ୍କର ଧର୍ମ ଲୁଚାଇ ତାଙ୍କୁ ଜଣେ ହିନ୍ଦୁ ଯୁବକ ବୋଲି ପରିଚୟ ଦେଇଥିଲା । ଯେତେବେଳେ ବିବାହ ପାଇଁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରାଇବାକୁ କହିଥିଲା ସେତେବେଳେ ଯୁବତୀ ଜଣଙ୍କ ସବୁ ସତ ଜାଣିବାକୁ ପାଇଥିଲେ । ଆଉ ଧର୍ମ ପରିବର୍ତ୍ତନ କରିବାକୁ ଅମଙ୍ଗ ମଧ୍ୟ ହୋଇଥିଲେ ।
କିନ୍ତୁ କଶ୍ମୀର ଯୁବକ ସମୀର ଯୁବତୀଙ୍କୁ ଆଉ ତାଙ୍କ ପରିବାରଙ୍କୁ ଯୁବତୀଙ୍କ ସହ ତାହାର ଅନ୍ତରଙ୍ଗ ଭିଡିଓ ଦେଖାଇ ବ୍ଲାକମେଲ କରିବାକୁ ଆରମ୍ଭ କରିଥିଲା । ଏମିତିକି ପରିବାରଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲା । ନହେଲେ ସେ ଯୁବତୀଙ୍କ ସହ ତାହାର ଭିଡିଓ ବିଭିନ୍ନ ସାଇଟରେ ଛାଡିଦେବ ବୋଲି ଧମାକାଉଥିଲା । ଖାଲି ସେତିକି ନୁହେଁ, ଯୁବତୀ ଜଣଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଧର୍ମ ପରିବର୍ତ୍ତନ କରିବା ପାଇଁ ଗାଳିଗୁଲଜ ମଧ୍ୟ କରୁଥିଲା । ତେବେ ଏହାକୁ ନେଇ ଯୁବତୀଙ୍କ ପରିବାର ପୋଲିସର ସହାୟତା ନେଇଥିବା ବେଳେ ଯୋଜନାବଦ୍ଧ ଭାବରେ ଯୁବତୀଙ୍କୁ ନେଇ ଟ୍ରେନ୍ ଯୋଗେ ପୁଣି କାଶ୍ମୀର ଫେରାର ହେବାକୁ ବାହାରିଥିବା ବେଳେ ମାଡିବସିଥିଲା ଭୁବନେଶ୍ବର ପୋଲିସ୍ । ଏଥିସହ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା ।
ବର୍ତ୍ତମାନ ଉକ୍ତ କଶ୍ମୀର ଯୁବକଙ୍କୁ ମହିଳା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ବେଳେ ଯୁବତୀଙ୍କୁ କାଉନସିଲିଂ ଦିଆଯାଉଛି ।
Comments are closed.