Latest Odisha News

BREAKING NEWS

ପୋଷାକ ତିଆରି ପାଇଁ ମହିଳାଙ୍କ ମାପ ନେଇପାରିବେନି ପୁରୁଷ ଟେଲର୍!

ଲକ୍ଷ୍ନୌ: ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯଦି ମହିଳାମାନେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ମହିଳା ଆୟୋଗରେ ନିଜର ମତ ରଖି ପାରିବେ।

ତେଣୁ ମହିଳା ଆୟୋଗ ନିଜେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ମହିଳାଙ୍କ ସୁବିଧା ପାଇଁ ନିୟମ ଓ କାନୁନ୍ ପ୍ରସ୍ତୁତ କରାଯାଉ।

ଉତ୍ତରପ୍ରଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମହିଳା ଆୟୋଗ ଯୋଗୀ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ଜିମ୍ ଓ ଯୋଗ କେନ୍ଦ୍ରଗୁଡ଼ିକରେ ମହିଳା ପ୍ରଶିକ୍ଷକ ରଖାଯାଉ। ସେହିପରି ପୁରୁଷ ଟେଲର୍ ମହିଳାଙ୍କ ପୋଷାକ ମାପ ନେବା ଉଚିତ୍ ନୁହେଁ। ତେଣୁ ମହିଳାମାନଙ୍କ ପାଇଁ ଅଲଗା ସେଣ୍ଟର ରହିବା ଉଚିତ ଯେଉଁଠାରେ କେବଳ ମହିଳା ପ୍ରଶିକ୍ଷକ ମାନେ ହିଁ ରହିବେ।

ମହିଳା ମାନଙ୍କ ଜିମ୍ ଓ ଯୋଗ କେନ୍ଦ୍ରରେ ସିସିଟିଭି ରହିବା ଉଚିତ୍। ସେଠାରେ ପ୍ରବେଶ କରିବାବେଳେ ଲୋକଙ୍କ ଆଧାର କାର୍ଡ କିମ୍ବା ଭୋଟର କାର୍ଡ ପରିଚୟ ପତ୍ର ଯାଞ୍ଚ କରିବା ସହ ଏକ କପି ଦାଖଲ କରିବା ଉଚିତ୍। ବୁଟିକ୍ ମାନଙ୍କରେ ମହିଳା ଟେଲର୍ ରହିବା ଆବଶ୍ୟକ ଏବଂ ସିସିଟିଭି ବାଧ୍ୟତାମୂଳକ ହେବା ଉଚିତ୍ ବୋଲି ମହିଳା ଆୟୋଗ ପ୍ରସ୍ତାବ ଦେଇଛନ୍ତି।

 

Leave A Reply

Your email address will not be published.