ଭୁବନେଶ୍ୱର : ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗତକାଲି ଜାରି କରାଯାଇଥିବା ଚିଠିରେ ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପାଇଁ ଚାପ ନପକାଇବା ପାଇଁ ଦିଆଯାଇଥିବା ଚେତାବନୀକୁ ବିଜେଡି ପକ୍ଷରୁ ସରକାର ଓ ସରକାରୀ ଦଳର ବିଫଳତା ପଦାରେ ପଡିଥିବା କୁହାଯାଇଛି। ବିଜେଡି ମୁଖପାତ୍ର ଭୃଗୁ ବକ୍ସିପାତ୍ର ଗଣମାଧ୍ୟମକୁ ବିବୃତି ଦେଇ ସରକାରଙ୍କୁ ଟାର୍ଗେଟ କହିଛନ୍ତି। କ୍ଷମତାକୁ ଆସିଥିବା ବିଜେପି ଠିକ ଭାବରେ ସରକାର ଚଳେଇ ପାରୁନଥିବା ମୁଖ୍ୟ ସାଶନ ସଚିବଙ୍କ ଚିଠି ସ୍ପଷ୍ଟ କରୁଥିବା ଶ୍ରୀ ବକ୍ସିପାତ୍ର କହିଛନ୍ତି।
ସେ ଆହୁରି କହିଛି, ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଚିଠି ବୋଧହୁଏ ଇତିହାସରେ ପ୍ରଥମ। ସରକାରୀ କର୍ମଚାରୀ ମାନେ ନିଜ ପସନ୍ଦର ପୋଷ୍ଟିଙ୍ଗ ପାଇବା ପାଇଁ ବାହ୍ୟ ଚାପ ପ୍ରୟୋଗରୁ ନିବୃତ୍ତ ରହିବାକୁ ଚେତାବନୀ ଦେଉଥିବା ଏହି ଚିଠି, ସରକାରୀ କର୍ମଚାରୀ ମାନେ ପସନ୍ଦ ପୋଷ୍ଟିଙ୍ଗ ପାଇବା ପାଇଁ ବାହ୍ୟ ଚାପ ପ୍ରୟୋଗ କରୁଥିବା ସ୍ପଷ୍ଟ କରୁଛି। ଚିଠିରେ ଉଲ୍ଲେଖ ଏହି ବାହ୍ୟ ଚାପଟି କ’ଣ ଓ କିଏ ଏହାକୁ ପ୍ରୟୋଗ କରୁଛି ତାହା ସ୍ପଷ୍ଟ ହେବା ଦରକାର ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି। ଏହା କିପରି ଚାପ ଏହାକୁ ସରକାର ନା ପ୍ରତିହତ କରିପାରୁଛନ୍ତି ନା ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ସରକାରୀ ଦଳର ଜଣେ ବରିଷ୍ଠ ବିଧାୟକ ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଜନେତା ମାନେ ନିଜ ପସନ୍ଦର ଅଫିସର ମାନଙ୍କ ପୋଷ୍ଟିଙ୍ଗ ଚାହିଁଥାନ୍ତି। ତେବେ ସରକାରୀ ଦଳର ଭୂମିକା ଏହି ଚିଠି ସହିତ ଜଡିତ ହୋଇଥିବା ବେଳେ, ସରକାରଙ୍କ ତ୍ରୁଟି ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇଥିବା ଶ୍ରୀ ବକ୍ସିପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ସରକାରଙ୍କ ଏହି ନିର୍ଦେଶନାମାକୁ ବଡ ବିଫଳତା କହିବା ସହ ନିନ୍ଦା କରିଛନ୍ତି।