ଭୁବନେଶ୍ବର: ଆଇ-ଟି ବିଭାଗ ଭାରତର ସମସ୍ତ ଟିକସଦାତାଙ୍କ ପାଇଁ ଆଧାର କାର୍ଡ ସହିତ ପାନକୁ ଲିଙ୍କ କରିବା ବାଧ୍ୟତାମୂଳକ କରିଛି । ଚଳିତବର୍ଷ ଡିସେମ୍ବର ୩୧ରେ ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଧାର କାର୍ଡ ସହିତ ନିଜ ପାନ କାର୍ଡକୁ ଲିଙ୍କ୍ କରିବାକୁ କରଦାତାଙ୍କୁ ଅନୁରୋଧ କରିଛି ଆୟକର ବିଭାଗ ।
ଏହି ଲିଙ୍କ ପ୍ରକ୍ରିୟା ବିଫଳ ହେଲେ ପାନ୍ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହାଫଳରେ ଆର୍ଥିକ କାରବାର ସହ ଅନେକ ସମସ୍ୟା ସୃଷ୍ଟି ହେବ । ଆର୍ଥିକ ଠକେଇ ମାମଲାଗୁଡ଼ିକର ବୃଦ୍ଧି ମଧ୍ୟରେ ଏହି ପଦକ୍ଷେପ ନେଇଛି ଆୟକର ବିଭାଗ । ବ୍ୟକ୍ତିଗତ ସୂଚନାର ଅପବ୍ୟବହାରକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆୟକର ବିଭାଗକୁ ପ୍ୟାନ ମାଧ୍ୟମରେ ବ୍ୟକ୍ତିଗତ ବିବରଣୀକୁ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି ।
ସମୟସୀମା ପୂର୍ବରୁ ଲିଙ୍କ୍ କରିବାରେ ବିଫଳ ଏହା ଆଉ କାର୍ଯ୍ୟକ୍ଷମ ହେବନାହିଁ । ତେଣୁ ନିର୍ଦ୍ଧାରୀତ ସମୟସୀମା ପୂର୍ବରୁ ଏହି ପ୍ରକ୍ରିୟା ଶେଷ କରିଦେବାକୁ କହିଛି ଆୟକର ବିଭାଗ ।