Latest Odisha News

ରାଜ୍ୟସ୍ତରୀୟ କଳା ଉତ୍ସବ: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ

ଭୁବନେଶ୍ଵର: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ। ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୪  ୟୁନିଟ-୬  ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ଗୋଟିଏ କଳାଭୂମି ଏବଂ କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ସବୁବେଳେ ଅନନ୍ୟ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ  ୧୭  ଟି ଜିଲ୍ଲାର ପ୍ରତିଯୋଗୀ ଭାଗ ନେଇଥିଲେ।

ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭଗବାନ ବେହେରା ଯୋଗଦେଇ ଉତ୍ସବରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ନିରନ୍ତର ପ୍ରଚେଷ୍ଟା ପାଇଁ ପ୍ରଶଂସା କରିଥିଲେ । ଏହି ଅବସରରେ କଣ୍ଠ ସଙ୍ଗୀତରେ କେନ୍ଦୁଝର ସୁଆଁପଦା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ, ଯନ୍ତ୍ର ସଙ୍ଗୀତରେ ବଲାଙ୍ଗୀର ଲୁହାସିଙ୍ଗା ସ୍ଥିତ ଏସଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅମିତ ସିନ୍ଦ୍ରିଆ ଓ ଗ୍ରୁପ୍, ଡ୍ରାମା ବିଭାଗରେ କଟକ ସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ସୌମ୍ୟ ରଞ୍ଜନ ସେଠି ଓ ଗ୍ରୁପ୍, ନୃତ୍ୟ ବିଭାଗରେ ନବରଙ୍ଗପୁର ଜିଲ୍ଲା ନୋଡାଲ୍ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସୌମ୍ୟାରାଣୀ ଭକ୍ତା ଓ ଗ୍ରୁପ୍, ପାରମ୍ପରିକ ଗଳ୍ପ କଥନରେ କଟକ ସିଡିଏ ଡିଏଭି ପବ୍ଲିକ ସ୍କୁଲର ସତ୍ୟାନୀ ପଟ୍ଟନାୟକ ଓ ଆରତ୍ରିକା ପ୍ରହରାଜ, ଭିଜୁଆଲ୍ ଆର୍ଟରେ ସମ୍ବଲପୁର ସରକାରୀ ମହିଳା କଲେଜର ଖୁସି ସାହା ପ୍ରଥମ ସ୍ଥାନ ଅଧିକାର କରି ଜାତୀୟସ୍ତରକୁ ଉନ୍ନୀତ ହୋଇଛନ୍ତି।

Leave A Reply

Your email address will not be published.