Latest Odisha News

BREAKING NEWS

୪ ମାସର ଶିଶୁକୁ ଦୁଷ୍କର୍ମ, ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ଲକ୍ଷ୍ନୌ : ନବଜାତ ଶିଶୁ କନ୍ୟାକୁ ବଳାତ୍କାର। ଦୋଷୀକୁ ୨୦ ବର୍ଷ ଜେଲ। ଉତ୍ତରପ୍ରଦେଶର କୌଶମ୍ବି ଜିଲ୍ଲା କୋର୍ଟ ନବଜାତ ଶିଶୁକୁ ବଳାତ୍କାର ମାମଲାରେ ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ସଶ୍ରମ କରାଦଣ୍ଡ ଶୁଣାଇଛନ୍ତି। ଏହା ସହ ୧୦ ହଜାର ଜରିମାନା ମଧ୍ୟ ଲଗାଇଛନ୍ତି। ଅପରାଧୀ ନାମ ଅଯୋଧ୍ୟା (୩୦) ୨୧ ଜୁଲାଇ ୨୦୨୩ ରେ ଏହି କାଣ୍ଡ କରିଥିଲା। ଏହି ମାମଲାରେ ବିଚାରପତି ଅଶୋକ କୁମାର ଶ୍ରୀବାସ୍ତବ ସଜ୍ଜା ଶୁଣାଇଛନ୍ତି।

ସୂଚନା ଅନୁସାରେ, ଏହି ଘଟଣା କୌଶମ୍ବି ଜିଲ୍ଲା ସଂଦୀପନ ଘାଟ ଥାନା ଅଧୀନ ଏକ ଗାଁରେ ଘଟିଥିଲା। ସେ ସମୟରେ ଶିଶୁ କନ୍ୟାର ବୟସ ୪ ମାସ ଥିଲା। ଶିଶୁକୁ ଏକା ପାଇ ଦୁଷ୍କର୍ମ କରିଥିଲା ଅଯୋଧ୍ଯା। ପରେ ପରିବାର ପକ୍ଷରୁ ଶିଶୁକୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଅଭିଯୁକ୍ତ ବିରୋଧରେ ସଂଦୀପନ ଘାଟ ଥାନାରେ ଅଭିଯୋଗ ହୋଇଥିଲା।

ଆଜି ଜିଲ୍ଲା କୋର୍ଟ ଅପରାଧୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା ଶୁଣାଇଛନ୍ତି

Comments are closed.