Latest Odisha News

BREAKING NEWS

‘ମୁସଲମାନଙ୍କ ଅବସ୍ଥା ବିରିୟାନୀରେ ତେଜ ପତ୍ର ଭଳି’: ବ୍ରଜେଶ ପାଠକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରଦାବାଦରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସମାଜବାଦୀ ପାର୍ଟି (ସପା) କୁ କଡା ଟାର୍ଗେଟ କରିଛନ୍ତି। ସେ ମୁସଲମାନଙ୍କୁ ତେଜ ପତ୍ର ସହ ତୁଳନା କରିଛନ୍ତି। ସେ କହିଛନ୍ତି, ମୁସଲମାନଙ୍କ ଅବସ୍ଥା ବିରିୟାନୀରେ ଥିବା ତେଜପତ୍ର ଭଳି ହୋଇ ଯାଇଛି। ସବୁ ଦଳ ଏମାନଙ୍କୁ ବ୍ୟବହାର କରି ସାରିବା ପରେ ଫୋପାଡି ଦେଉଛନ୍ତି।
ସେ ଆହୁରି କହିଛନ୍ତି, ତେଜପତ୍ର(ମୁସଲମାନ)  ବିନା ସପାର ବିରିୟାନି ହୋଇପାରିବ ନାହିଁ।

ଆପଣମାନେ ସପାରୁ ଅଲଗା ହେଲେ ଏଠାରେ ସେମାନଙ୍କୁ କେହି ପଚାରିବେ ହିଁ ନାହିଁ।

ଆପଣମାନେ ବିଜେପି କଥା ଭାବିବା ସହ ଦେଶ କଥା ଭାବନ୍ତୁ ବୋଲି ଶ୍ରୀ ପାଠକ କହିଥିଲେ। ସପା ସରକାର ଗଢିବା ପରେ ମଧ୍ୟ ଆପଣମାନଙ୍କ କଥା ରଖିନାହିଁ କି ନିଜ ପ୍ରତିଶ୍ରୁତି ପୂରଣ କରିନାହିଁ । ତେଣୁ ଆପଣମାନେ ବିଜେପି ସହ ରହିବା ଆବଶ୍ୟକ ବୋଲି ସେ କହିଥିଲେ।

Comments are closed.