ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୩-୧ରେ ବାଜିମାତ୍ କରିଛି। ତେବେ ଚତୁର୍ଥ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ ଶତକ ଯୋଗୁଁ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୫ ରନରେ ପରାସ୍ତ କରିବାରେ ସଫଳ ହୋଇଥିଲା।
ମ୍ୟାଚ୍ ବେଳେ ସଞ୍ଜୁ ସାମସନ୍ ଏକ ଛକା ମାରିଥିଲେ ଯାହା ଷ୍ଟାଡିୟମରେ ବସିଥିବା ଜଣେ ମହିଳାଙ୍କ ମୁହଁରେ ବାଜିଥିଲା। ତେବେ ସଞ୍ଜୁଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ ସଞ୍ଜୁ ସାମସନ୍ ଏକ ସଟ୍ ମାରିଛନ୍ତି ଯାହାକି ଷ୍ଟାଡିୟମରେ ବସିଥିବା ମହିଳାଙ୍କ ମୁହଁରେ ବାଜିଥିଲା ଯାହା ଫଳରେ ସେ କାନ୍ଦିବାକୁ ଲାଗିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସଞ୍ଜୁ ତୁରନ୍ତ ମହିଳାଙ୍କୁ କ୍ଷମା ମାଗିଥିଲେ ଏବଂ ତାଙ୍କ ସ୍ବାସ୍ଥ୍ଯବସ୍ଥା ବିଷୟରେ ପଚାରିଥିଲେ।
ତେବେ ଭିଡିଓରେ ମହିଳାଙ୍କ ଅବସ୍ଥା ଦେଖି ଅନୁମାନ କରାଯାଇପାରେ ଯେ ସାମସନଙ୍କ ଏହି ସଟ୍ ବହୁତ ଜୋରଦାର ଥିଲା।
ଯନ୍ତ୍ରଣା ହେବାରୁ ମହିଳା ଜଣକ ଚିତ୍କାର କରିଥିଲେ ଓ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ସାହାଯ୍ୟ କରି ତାଙ୍କ ମୁହଁରେ ‘ବରଫ ର ପ୍ୟାକ୍’ ଲଗାଇଥିଲେ, ଯାହାକି ଯନ୍ତ୍ରଣାକୁ କମ୍ କରିବାରେ ସାହାଯ୍ୟ କରିଥିଲା ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ୫୬ ବଲରେ ୧୦୯ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ସେ ୬ଟି ଚୌକା ଓ ୯ଟି ଛକା ମାରିଥିଲେ।
Comments are closed.