Latest Odisha News

ଅଧିକାଂଶ ଭାରତୀୟ ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତର ପ୍ରାୟ ସମସ୍ତ ଜନତା ପ୍ରଭାବିତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୋମ୍ୟା ସ୍ବାମୀନାଥନ ଏନେଇ ସୂଚନା ଦେଇଛନ୍ତି।

ଏପରିକି ମହିଳା ଏବଂ ଶିଶୁମାନଙ୍କୁ ଏହି ଜଳବାୟୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଜନିତ ବିପଦ ଅଧିକ ପ୍ରଭାବିତ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ଆଜେରବାଇଜାନର ରାଜଧାନୀ ବାକୁରେ ବିଶ୍ୱ ଜଳବାୟୁ ଆଲୋଚନା ସମ୍ମିଳନୀ ସଓପି୨୯ ଆୟୋଜିତ ହୋଇଛି। ଉକ୍ତ ସମ୍ମିଳନୀରେ ଡକ୍ଟର ସ୍ବାମୀନାଥନ୍ କହିଛନ୍ତି ଯେ ଭାରତରେ ପ୍ରାୟ ସମସ୍ତେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପ୍ରଭାବିତ। ଏହା ମଧ୍ୟରେ ଅତ୍ୟଧିକ ଉତ୍ତାପ କିମ୍ବା ଇନଫେକ୍ସନ କିମ୍ବା ଭାଇରସ ଦ୍ବାରା ହେଉଥିବା ରୋଗ ରହିଛି।

ଭାରତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସ ରୋଗର ଆଶଙ୍କା ବୃଦ୍ଧି ପାଇଛି। ଏହା ବ୍ୟତୀତ ପୁଷ୍ଟିହୀନତାର ସମସ୍ୟା ମଧ୍ୟ ଦେଖାଦେଇଛି। ସ୍ବାମୀନାଥନ ଆହୁରି ମଧ୍ଯ କହିଛନ୍ତି ଯେ ଭାରତର ୮୦% ରୁ ଅଧିକ ଲୋକ ବର୍ତ୍ତମାନ ଏହି ସମସ୍ୟାରେ ପ୍ରଭାବିତ।

Leave A Reply

Your email address will not be published.