ମୋହନା: ପିକନିକ ହେଲା କାଳ। ଗଜପତି ଜିଲ୍ଲା ମୋହନା କେନ୍ଦୁ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମିନି ଭ୍ୟାନ୍ ଘାଟିରେ ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ଭୁବନେଶ୍ୱରର ସରୋଜିନୀ ବେହେରା ।
ସୂଚନା ଅନୁସାରେ ଗୋଟିଏ ପରିବାରର ୧୩ ସଦସ୍ୟ ଗତ ରାତିରେ ଭୁବନେଶ୍ୱର ଓ ନୟାଗଡ଼ରୁ ଏକ ଭ୍ୟାନ୍ ଯୋଗେ ଗୁପ୍ତେଶ୍ୱର ବୁଲିବାକୁ ବାହାରିଥିଲ। ଆଜି ଭୋର ସମୟରେ ଗାଡ଼ିଟି ଗଜପତି ଜିଲ୍ଲା ମୋହନା ଥାନା ରାମଗଡ଼ ନିକଟସ୍ଥ କେନ୍ଦୁଘାଟି ଅତିକ୍ରମ କରୁଥିଲା। ମାତ୍ର କେନ୍ଦୁଘାଟି ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ୍ ପହଞ୍ଚି ଆହତଙ୍କୁ ପ୍ରଥମେ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ପରେ ଭ୍ୟାନ୍ ଡ୍ରାଇଭର ଫେରାର ହୋଇଯାଇଛି।