Latest Odisha News

BREAKING NEWS

ଟ୍ରେନ ବିଳମ୍ବ ପାଇଁ ଚିନ୍ତାରେ ଥିଲେ ବର, ସହଯୋଗ କଲେ ରେଳ ମନ୍ତ୍ରୀ

ମୁମ୍ବାଇ: ବିବାହ ପାଇଁ ଟ୍ରେନରେ ଯାଉଥିଲେ ବରପକ୍ଷ। ହେଲେ ଟ୍ରେନ ବିଳମ୍ବ କାରଣରୁ ଚିନ୍ତାରେ ପଡି ଯାଇଥିଲେ ବର। ଠିକ୍ ସମୟରେ ବିବାହ ସ୍ଥଳରେ ପହଞ୍ଚିପାରିବେ କି ନାହିଁ। ଏହି ଚିନ୍ତା କରି ସେ ବାଧ୍ଯ ହୋଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ରେଳ ମନ୍ତ୍ରଣାଳୟକୁ ସୂଚନା ଦେଇଥିଲେ। ଖୁସିର କଥା ହେଲା ମନ୍ତ୍ରୀଙ୍କଠାରୁ ତୁରନ୍ତ ପ୍ରତିକ୍ରିୟା ମିଳିଥିଲା।

ବର ଏବଂ ତାଙ୍କର ୩୪ ଜଣିଆ ବରଯାତ୍ରୀଙ୍କୁ ବିବାହ ଶୋଭାଯାତ୍ରାକୁ ଠିକ୍ ସମୟରେ ପହଞ୍ଚାଇବା ପାଇଁ ରେଳ କର୍ତ୍ତୃପକ୍ଷ ପକ୍ଷରୁ ଶୀଘ୍ର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ରେଳବାଇ ପକ୍ଷରୁ ଏକ ସଂଯୋଗକାରୀ ଟ୍ରେନକୁ ଅଟକାଇଥିଲେ, ବିଳମ୍ବରେ ଚାଲୁଥିବା ଟ୍ରେନର ଗତି ମଧ୍ଯ ବଢାଯାଇଥିଲା। ଯଥାଶୀଘ୍ର ହାୱଡା ଜଙ୍କସନରେ ପହଞ୍ଚିବା ପାଇଁ ବ୍ୟବସ୍ଥା ମଧ୍ଯ କରାଗଲା।

ତେବେ ବର ଜଣକ ହେଉଛନ୍ତି ମୁମ୍ବାଇର ଚନ୍ଦ୍ରଶେଖର ବାଘ, ଯିଏ ପରିବାର ଏବଂ ସମ୍ପର୍କୀୟଙ୍କ ସହ ତାଙ୍କ ବିବାହ ପାଇଁ ଗୌହାଟୀ ଯାଉଥିଲେ। ନଭେମ୍ବର ୧୫ରେ ସେ ମୁମ୍ବାଇରୁ ଗୀତାଞ୍ଜଳି ଏକ୍ସପ୍ରେସରେ ଚଢିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରେନ ୩ ଘଣ୍ଟା ବିଳମ୍ବରେ ଚାଲୁଥିବାରୁ ସେ ଚିନ୍ତାରେ ପଡି ଯାଇଥିଲେ।

କିନ୍ତୁ ରେଳ କର୍ତ୍ତୃପକ୍ଷଙ୍କ ଏହି ପ୍ରୟାସ ଯୋଗୁଁ ଗୀତାଞ୍ଜଳି ଏକ୍ସପ୍ରେସ୍ ସଂଶୋଧିତ କାର୍ଯ୍ୟସୂଚୀ ପୂର୍ବରୁ ହାଓଡ଼ାରେ ପହଞ୍ଚିଥିଲା। ଏହା ପହଞ୍ଚିବା ମାତ୍ରେ ରେଳ କର୍ମଚାରୀମାନେ ସମସ୍ତ ୩୫ ଜଣ ସଦସ୍ୟଙ୍କୁ କିଛି ମିନିଟ୍ ମଧ୍ୟରେ ସରାଇଘାଟ ଏକ୍ସପ୍ରେସରେ ଚଢ଼ିବାକୁ ସୁନିଶ୍ଚିତ କରିଥିଲେ।

Leave A Reply

Your email address will not be published.