Latest Odisha News

ରାଜଧାନୀରେ କଳ୍କୀ ଅବତାରରେ ଶିଶୁ ବାବା ଉଭା: ମାମଲା ରୁଜୁ

ଭୁବନେଶ୍ବର: ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ତେଜିବାରେ ଲାଗିଲାଣି । ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏବଂ ଆଶ୍ରମ ପରିସର ଭିତକୁ ପ୍ରବେଶ ନକରେଇ ଦେବା ସନ୍ଦେହ ବଢାଇଛି । ଜଣେ ଶିଶୁକୁ ଭଗବାନଙ୍କ ଅବତାର କହି ପୂଜା କରୁଥିବାରୁ ଏହି ଘଟଣାରେ  ଏବେ ନିଜ ଆଡ଼ୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ । ମାମଲା ରୁଜୁ ସହ ଭରତପୁର ଥାନାକୁ ରିପୋର୍ଟ ତଲବ ମାଗିଛନ୍ତି । ବାସ୍ତବରେ ଆଶ୍ରମ ଭିତରେ କ’ଣ ଚାଲିଛି? ଏନେଇ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଭରତପୁର ଥାନାକୁ ଶିଶୁ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିସହିତ ଘଟଣାର ତଦନ୍ତ କରିବାକୁ ସିଡବ୍ଲ୍ୟୁସିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଜଣେ ଶିଶୁଙ୍କୁ ବାବା ସଜାଇ ତାଙ୍କ ପାଦରେ ଜୁଳସୀ ଚଢାଇବା ଫଟୋ ଭାଇରାଲ ହେବା ପରେ ଏହି ଆଶ୍ରମର ଗୁମର ଫିଟିଥିଲା । କିନ୍ତୁ ଏହାକୁ ନେଇ ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏହି ଘଟଣକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଶ୍ରମ ଲୋକେ କହୁଛନ୍ତି ଶିଶୁ ଜଣଙ୍କ ହେଉଛନ୍ତି କଳିଯୁଗର ବାବା। ନାଁ ତାଙ୍କର କଳକୀ ଭଗବାନ। ଏହି ନାବାଳକଙ୍କ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ପୁଅକୁ ବାବା ସଜେଇ ଲୋକଙ୍କଠୁ ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି।

ଏହାକୁ ବିରୋଧ କରି ଭରତପୁର ରାଜ୍ୟ ସମାଜସେବୀ ମହାସଂଘ ଥାନାର ଦ୍ୱାରସ୍ଥ ହୋଇଛି। ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାସଂଘ ଦାବି କରିଛି। ସ୍ଵେଚ୍ଛାସେବୀ ସଙ୍ଗଠନର ଅଭିଯୋଗକୁ ଆଧାର କରି ବୈକୁଣ୍ଠଧାମ ସେବାଶ୍ରମରେ ଭରତପୁର ଥାନା ପୋଲିସ ଚଢାଉ କରିଛି। ପୋଲିସର ତଥ୍ୟ  ଅନୁଯାୟୀ, ଭାଷ୍ୟକାର କାଶୀନାଥ ମିଶ୍ର ବର୍ତ୍ତମାନ କୋଲକାତାରେ ରହୁଛନ୍ତି । କଳକୀଙ୍କ ଅବତାର ଦର୍ଶାଯାଉଥିବା ତାଙ୍କ ପୁଅ ସତୀଶ ଚନ୍ଦ୍ର ମିଶ୍ରଙ୍କ ଦେଖାଦର୍ଶନ ମିଳିନାହିଁ । ଭାଇରାଲ ହେଉଥିବା  ଫଟୋଟି ୧୦ ବର୍ଷର ପୁରୁଣା । ଆଶ୍ରମରେ କୌଣସି ଅନୈତିକ କାମ ଚାଲିଛି କି ନାହିଁ,  ସେନେଇ ପୋଲିସ୍ ଅଧିକ ତଦନ୍ତ କରୁଛି । ଅନ୍ୟପଟେ ଏତେ ପୁରୁଣା ଫଟୋଟିକୁ କିଏ  ଭାଇରାଲ କଲା? ସେନେଇ ଆଶ୍ରମ ପକ୍ଷରୁ ସାଇବର ଥାନାରେ ଏକ ଏତଲା ଦିଆଯାଇଛି ।

ସେପଟେ ବାବାଙ୍କ ନାଁରେ ଅଭିଯୋଗ ପରେ ଆଶ୍ରମ ଟ୍ରଷ୍ଟି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କୁନି ପିଲାଟି ଭିତରେ ଅନେକ ଅଲୌକିକ ଶକ୍ତି ରହିଛି । ବହୁ ଦୁରାରୋଗକୁ ଭଲ କରିବାର କ୍ଷମତା ଅଛି । ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ୱୟଂ ଶ୍ରୀଜଗନ୍ନାଥ ବେଶରେ ଏହି ବାଳକ ତାଙ୍କ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ସେଥିପାଇଁ ତାଙ୍କ ପାଦ ଓ ମୁଣ୍ଡରେ ତୁଳସୀ ପତ୍ର ଚଢ଼ା ହେଉଛି। ହେଲେ ତୁଳସୀ ସେ ଛୋଟ ଥିବା ବେଳେ ପାଦ ତଳେ ଦିଆଯାଉଥିଲା ଏବେ କେବଳ ମୁଣ୍ଡରେ ଦିଆଯାଉଛି ବୋଲି ସେ ଦାବି କରିଥିଲେ । ଛୋଟ ଥିବା ବେଳେ ତୁଳସୀ ଦିଆଯାଇଥିଲା ଏବେ ବାବଙ୍କ ବୟସ ୧୮ ବର୍ଷ ହୋଇଯାଇଛି। ଏବେ ମୁଣ୍ଡରେ ତୁଳସୀ ଦିଆଯାଉଛି।

ଅନ୍ୟପକ୍ଷରେ ୧୮ ବର୍ଷୀୟ କଳ୍କୀ ଅବତାର ବାବା ଅନନ୍ତ ମାଧବ କେଟିଏମ୍ ଚଢୁଛନ୍ତି । ହଜାରେ କି ୨ହଜାର ବର୍ଗଫୁଟ୍‌ ନୁହେଁ । କୋଳଥିଆ ମୌଜାର ଜୟଦେବ ବାଟିକା ସାମ୍ନା ଖଣ୍ଡଗିରି ବାରି ବସ୍ତିରେ ଅଧ ଏକର ସରକାରୀ ଜମିକୁ ମାଡି ବସିଛନ୍ତି । ଗୋଟିଏ ଛୋଟିଆ କୁଟୀରରୁ ଆଶ୍ରମର କାୟା ଧୀରେ ଧୀରେ ଖେଦି ଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ହେଲେ ସେଠି ସ୍ଥାନୀୟ ଲୋକଙ୍କୁ ପ୍ରବେଶ ମନା । ଯାହା ଏବେ ପ୍ରସଙ୍ଗକୁ ଆହଚରି ବିବାଦ ଘେରକୁ ଟାଣି ଆଣିଛି ।

Comments are closed.